ବାଣପୁର ବ୍ଲକ ପରିସରରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କଲେ ଦେଓଗାଁ ସରପଞ୍ଚ ଙ୍କ ସ୍ବାମୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ରେ ଜନ ଶୁଣାଣୀ ଚାଲିଥିବା ବେଳେ ସାମ୍ବାଦିକଙ୍କୁ ଖରାପ ବ୍ୟବହାର ଏବଂ ଗାଳି ଗୁଲଜ ସହିତ ଧମକ ଦେଉଛନ୍ତି ଦେଓଗାଁ ସରପଞ୍ଚ ରେଣୁବାଳା ଛାଟୋଇ ଙ୍କ ସ୍ୱାମୀ ଶରତ ଚନ୍ଦ୍ର ଛାଟୋଇ ! ସରପଞ୍ଚ କିଛି ଘୋଟଲା କରିଛନ୍ତି କି ? ବଡ଼ିଗlର୍ଡ ସାଜିଲେ ସ୍ୱାମି, ହଁ ଆଜ୍ଞା ଅମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ରେ ବିଭିନ୍ନ ସମସ୍ୟା କୁ ନେଇ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ କୁ ବ୍ଲକ ର ଶହ ଶହ ଆବେଦନକlରି ଏଠାରେ ପହଞ୍ଚିଥିଲେ l ସେଠାରେ କୌଣସି ଅସୁବିଧା ଯେପରି ନ ହୁଏ ସେଥିପାଇଁ ବାଣପୁର ପୋଲିସ ଓ ଗଣମାଧ୍ୟମ ପ୍ରତିନିଧି ସେଠାରେ ଉପସ୍ଥିତ ଥିବାବେଳେ କାର୍ଯ୍ୟରତ ସାମ୍ବାଦିକ ମାନେ ସରପଞ୍ଚଙ୍କୁ ପ୍ରଶ୍ନ କରିଥିଲେ ! କିନ୍ତୁ ଉତ୍ତର ନ ଦେଇ ମ୍ୟାଡ଼ାମ ଧାଇଁଛନ୍ତି, କଣ ଏନ୍ଆରଜେଏସ୍ ଘୋଟଲା ବିଷୟରେ ପଚାରୁ ପଚାରୁ କାଳେ ସତକଥା ବାହାରି ପଡିବ କିନ୍ତୁ ଏପଟେ ସରପଞ୍ଚ ଙ୍କ ସ୍ୱlମୀ ନିଜର ବାହାଦୁରିଆ ପଣ ଦେଖାଇଛନ୍ତି l ଯାହାତ ଘୋଟଲା କରିଛନ୍ତି ସେଥିରେ ସାମ୍ବାଦିକଙ୍କ ଉପରେ ଦୋଷ ଲଦିବାକୁ ପଛାଉ ନାହାନ୍ତି l କହୁଛନ୍ତି ପାଞ୍ଚ ହଜାର ଟଙ୍କା କୋଉ ସାମ୍ବାଦିକ କୁ ଦେଇଛନ୍ତି, କୋଉ ସାମ୍ବାଦିକ ନାଁ ଜାଣିନାହାନ୍ତି, ଘୋଟଲା କୁ ଛପାଇବା ପାଇଁ ଗରମ ଦେଖାଉଥିବା ଶରତ ଛାଟୋଇ ! ଏହା ଉଚସ୍ତରୀୟ ତଦନ୍ତ ସାପେକ୍ଷ ହୋଇଥିବା ବେଳ ଏହାରି ଭିତରେ ଆଉ କିଏ କିଏ ସାମିଲ ଅଛନ୍ତି, ବ୍ଲକ ଅଧିକାରୀ ହେଉ ବା ପଞ୍ଚାୟତ ଜିଆରଏସ ଠାରୁ ଆରମ୍ଭ କରି ପିଓ ପର୍ଯ୍ୟନ୍ତ ପିସି ନେଇ ଚୁପ ବସି ପଡିଛନ୍ତି ତଦନ୍ତ ହେଲେ ଜଣାପଡିବ ବୋଲି ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି l

Leave a Reply

Your email address will not be published. Required fields are marked *