ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ରାଜଧାନୀ ଡାକ୍ତରଖାନା ରକ୍ତ ଭଣ୍ଡାର ପରିସରରେ ମିଶନ ରକ୍ତଦାନ ଏବଂ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ମିଳିତ ଆନୁକୂଲ୍ୟରେ ବିଶ୍ଵ ଥାଲାସେମିଆ ଦିବସ ରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ସମାଜସେବୀ ଅଜୟ ମହାପାତ୍ର, ବରିଷ୍ଠ କଳାକାର ସୁଲୁ ମହାନ୍ତି ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ମିଶନ ରକ୍ତଦାନ ସଦସ୍ୟ ଗୁନୁ ଆଚାର୍ଯ୍ୟ , ବିଭୂତି ଭୂଷଣ ସାହୁ ଏବଂ ହର ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଶିବିରରେ ସଂଗୃହୀତ ରକ୍ତ ଥାଲାସେମିଆ ରେ ପୀଡ଼ିତ ଛୋଟ ଛୋଟ ଶିଶୁ ଙ୍କୁ ସମର୍ପିତ କରାଯାଇଥିଲା ।