ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ପଦ୍ମଶ୍ରୀ ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିନ୍ଦୁ ସାଗର ରେ ତିଳ ତର୍ପଣ ଓ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ । ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ, ସୋଭନୀୟ ଆନ୍ଦୋଳନ ର ଅଧ୍ୟକ୍ଷା ଅରୁନ୍ଧତୀ ଦେବୀ, ବିଶିଷ୍ଟ ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ, କଳିଙ୍ଗ ଐତିହ ସୁରକ୍ଷା ମଞ୍ଚ ସମ୍ପାଦକ ଚିତ ରଞ୍ଜନ ମହାନ୍ତି, ଯୁବ ଗବେଷକ ଡଃ ସ୍ୱୟଂ ପ୍ରକାଶ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଗୁନୁ ଆଚାର୍ଯ୍ୟ, ବିକ୍ରମ ନାୟକ, ମନସ୍ଵିନୀ ପରିଡ଼ା, ନିରଞ୍ଜନ ପଟ୍ଟନାୟକ, ରତ୍ନାକର ସାହୁ, ଭାଗ୍ୟଶ୍ରୀ ରାଉତ ଏବଂ ହର ପ୍ରସାଦ ମହାପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ ।
ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତିଳ ତର୍ପଣ ଓ ରକ୍ତଦାନ ଶିବିର !!!

