ଚୋରଙ୍କ ବିତଣ୍ଡା ଯୁକ୍ତିରେ ପୋଲିସ ବାବୁ ତାଜୁବ୍ !!!

0
721

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୋଲିସ ବାବୁ ଆମକୁ ୫ ଶହ ଟଙ୍କା ଦିଅ , ଆଉ ଚୋରି କରିବୁ ନାହିଁ ! ଚୋରଙ୍କ ଏପରି ବିତଣ୍ଡା ଯୁକ୍ତିରେ ପୋଲିସ ବାବୁ ପୁରା ତାଜୁବ୍ ! ବାବୁ , ଆମେ ନିଶା ଖାଇବୁ , ଆଉ ନିଶା ଖାଇବା ପାଇଁ ଟଙ୍କା ଦରକାର ହେଲେ ଘରେ ଦେଲେ ନାହିଁ । ଏଥିପାଇଁ ଆକୁ ତାକୁ ମାଗିଲୁ ହେଲେ କେହିବି ଦେଲେନାହିଁ ! ତେଣୁ ବାଧ୍ୟ ହୋଇ ଚୋରି କରିଛୁ । ହେଲେ ଏହି ଚୋରି ବଡ ନୁହେଁ , ଛୋଟିଆ ଚୋରି । କେତେକ ଙ୍କର ସାଇକେଲ ନେଇଛୁ ତ’ ପୁଣି କାହାର ପାଣି ଉଠା ଟୁଲୁ ମଟର ଏପରି ଛୋଟିଆ ଛୋଟିଆ ସେକେଣ୍ଡ ହାଣ୍ଡ୍ ଜିନିଷପତ୍ର ଚୋରି କରିଛୁ । ଏବେ ତ’ ଆମେ ସବୁ ସତକଥା ମାନି ଯାଇଛୁ ତେଣୁ ଆମକୁ ଛାଡି ଦିଅ , ଆଉ ଚୋରି କରିବୁ ନାହିଁ ହେଲେ ୫ ଶହ ଟଙ୍କା ଦେଇଦିଅ ଆମେ ପଳାଇବୁ । ଏପରି ଭାବେ ଚୋର ମାନେ ପୋଲିସ ବାବୁଙ୍କ ପାଖରେ ସବୁକଥା କହିବା ପରେ ପୋଲିସ ବାବୁଙ୍କୁ ୫ ଶହ ଟଙ୍କା ମାଗିଲେ । ଆମକୁ ମଝିରେ ମଝିରେ ୫ ଶହ ଟଙ୍କା ଦେବ ତା’ ହେଲେ ଆଉ ଚୋରୀ କରିବୁ ନାହିଁ ବୋଲି ଚୋରମାନେ ସିଧାସଳଖ ପୋଲିସ ବାବୁଙ୍କୁ କହିଦେଲେ । ଚୋର ମାନଙ୍କର ଏଭଳି ବିତଣ୍ଡା ଯୁକ୍ତି ଦେଖି ପୋଲିସ ତାଜୁବ୍ ! ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନା । ୩ ଜଣ ଯୁବକ ଙ୍କୁ ଚୋରି ସନ୍ଦେହରେ ଧରପଗଡ କରି ପଚରାଉଚରା ବେଳେ ସେହି ୩ ଜଣ ଯୁବକଙ୍କ ବିତଣ୍ଡା ଯୁକ୍ତିରେ ପୋଲିସ ବାବୁ ତାଜୁବ୍ ! ଧରା ପଡିଥିବା ଏହି ୩ ଜଣ ଯୁବକ ହେଉଛନ୍ତି କୁହୁଡ଼ି ନିକଟସ୍ଥ ସୋରଣ ଗ୍ରାମର ମୋଚିରାମ ନାୟକ, ସୌମ୍ୟ ରଂଜନ ମାନ୍ଧାତା ଓ ମନ ମୋହନ ପ୍ରଧାନ । ଏମାନଙ୍କ ନିକଟରୁ ପୋଲିସ ବହୁ ଚୋରି ସାମଗ୍ରୀ ଜବତ କରିଛି । ଶେଷରେ ଏହି ଚୋର ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ଦିଗବିଜୟ ବିଶ୍ୱାଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here