ନୟାଗଡ଼ ଜିଲ୍ଲା ଥାନା ଅଧିକାରୀଙ୍କ ଅଦଳବଦଳ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି , ଜିଲ୍ଲା ପୁଲିସ ଇନିସପେକ୍ଟର ସ୍ତରରେ ଅଦଳବଦଳ କରିଛନ୍ତି । ଶରଣକୁଳ ଥାନାରେ କାର୍ଯ୍ୟରତ ଇନିସ୍ପେକ୍ଟର ଜୟଦୀପ ମହାନ୍ତିଙ୍କୁ ଓଡ଼ଗାଁ ଥାନାକୁ ବଦଳି କରାଯାଇଛି । ନୂଆଗାଁ ଥାନାରେ କାର୍ଯ୍ୟରତ ପୁଲିସ ଇନିସ୍ପେକ୍ଟର ପୁଷ୍ପଲତା ବେହେରାଙ୍କୁ ଶରଣକୁଳ ଥାନାକୁ ବଦଳି କରାଯାଇଛି । ନୟାଗଡ଼ ସଦର ଥାନାରେ କାର୍ଯ୍ୟରତ ପୁଲିସ ଇନିସ୍ପେକ୍ଟର ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ରିଜର୍ଭ ପୋଲିସରେ ଥିବା ଇନିସ୍ପେକ୍ଟର ଅନିତା ସାହୁଙ୍କୁ ସଦର ଥାନାକୁ ବଦଳି କରାଯାଇଛି । ଗଣିଆ ଥାନାରେ କାର୍ଯ୍ୟରତ ଇନିସ୍ପେକ୍ଟର ବିମଳ କୁମାର ମଲ୍ଲିକଙ୍କୁ ନୂଆଗାଁ ଥାନାକୁ ବଦଳି କରାଯାଇଛି । ଭାପୁର ବିଟ୍ ହାଉସ୍‌ର ସବ୍‌ଇନିସପେକ୍ଟର ବିନୟ ରଞ୍ଜନ ପରିଡାଙ୍କୁ ଗଣିଆ ଥାନାର ଓଆଇସି ଭାବେ ବଦଳି କରାଯାଇଛି । ସେହିପରି ଫତେଗଡ଼ ଥାନାର ସବ୍‌ଇନିସ୍ପେକ୍ଟର ଏମଡି ଜଫୁଲାଙ୍କୁ ଭାପୁର ବିଟ୍‌ ହାଉସ୍‌କୁ ବଦଳି କରାଯାଇଛି ।

Leave a Reply

Your email address will not be published. Required fields are marked *