ବାଲୁଗାଁ ଧୁଆଁଳ ଗ୍ରାମର ଝିଅ ପ୍ରିୟଙ୍କା ବିଶ୍ଵାଳ : ନୃତ୍ୟ ପରିବେଷଣ ରେ ତାଙ୍କର ରହିଛି ବେଶ ଦକ୍ଷତା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଏକଦା ଉତ୍କଳର କଥା, ଗାଥା, ପରମ୍ପରା, ଜନସମାଜ, ଶିକ୍ଷା, ଶାସନ ତନ୍ତ୍ର, ଶିଳ୍ପ, ବାଣିଜ୍ୟ ଓ ରାଜନୀତି ଆଦି ସାମାଜିକ ବିକାଶର ଅନୁଭବ ସ୍ତରରେ ଦ୍ୱିଗୁଣିତ ହେଉଥିଲା ! ଠିକ୍ ସେହି ସମୟରେ ବିଦେଶୀ ବା ଅଣଓଡ଼ିଆ ମାନଙ୍କର କୃର ଚକ୍ରାନ୍ତ, ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତିର ବିଲୋପ ଦିଗରେ ହୀନ ଚେଷ୍ଟା ଚାଲିଥିଲା ! ସେହି ସନ୍ଧିକ୍ଷଣରେ ଅନେକ ଯୋଗଜନ୍ମା, ସାରସ୍ବତ ବରେଣ୍ୟ ସାଧକ ନିଜର ପ୍ରଚେଷ୍ଟା ବଳରେ ଓଡ଼ିଆର ସ୍ଵତନ୍ତ୍ରତା ପାଇଁ ସ୍ଵର ଉତ୍ତୋଳନ କରି ଭାଷା ଓ ଜାତିକୁ ବଞ୍ଚାଇଥିଲେ । ଆଜି ଆମ ଗହଣରେ ମଧ୍ୟ ଅନେକ ନବୀନ ପ୍ରବୀଣ ପ୍ରତିଭା ଅଛନ୍ତି ଯେଉଁ ମାନେ ସେହି ମହା ମାନବଙ୍କ ପ୍ରେରଣାରେ ଉଦବୁଦ୍ଧ ହୋଇ ଆମ ଭାଷା ଆଉ ସାହିତ୍ୟକୁ ଭଲପାଇ ଏଥିରେ ପିଲାଦିନୁ ନିଜର ରୁଚି ରଖି ଆଜି ସମାଜ ଆଗରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ! ସେଇଭଳି ଆଉ ଜଣେ ପ୍ରତିଭା ଅଛନ୍ତି ବାଲୁଗାଁ ନିକଟସ୍ଥ ଧୁଆଁଳ ଗ୍ରାମର ଝିଅ ପ୍ରିୟଙ୍କା ବିଶ୍ଵାଳ । ପ୍ରିୟଙ୍କା ପିଲାଟି ଦିନରୁ ନୃତ୍ୟ ପରିବେଷଣ ଉପରେ ରୁଚି ରଖିଥିଲେ ବର୍ତ୍ତମାନ ସମସୟରେ ବିଭିନ୍ନ ଜାଗାରେ ନୃତ୍ୟ ପରିବେଷଣ କରି ସଫଳତା ହାସଲ କରି ସାରିଲେଣି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଧୁଆଁଳ ଗ୍ରାମର ମକଦମ ବିଶ୍ଵାଳ ଓ ମୀନାକ୍ଷୀ ବିଶ୍ଵାଳ ଙ୍କ ବଡ଼ ଝିଅ ପ୍ରିୟଙ୍କା ବିଶ୍ଵାଳ । ପ୍ରିୟଙ୍କା ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର ରେ ପ୍ରାଥମିକ ଅଧ୍ୟୟନ କରୁଥିବା ସମୟର ବିଦ୍ୟାଳୟର ସମସ୍ତ ବାର୍ଷିକ ଉତ୍ସବରେ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଥିଲେ । ଏବଂ ପ୍ରାଥମିକ ଅଧ୍ୟୟନ ସମୟର ବ୍ଲକ ଓ ଜିଲ୍ଲା ସ୍ତରୀୟର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ନୃତ୍ୟ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । କଲେଜ ସମୟର ଯେତେବେଳେ ପ୍ରିୟଙ୍କା ଅଧ୍ୟୟନ କରୁଥିଲେ ସେ ସମୟର ମଧ୍ୟ ବିଭିନ୍ନ ଜାଗାରେ ନୃତ୍ୟ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । କିଛିବର୍ଷ ତଳେ ଅନ୍ତର୍ଜାତୀୟ ନୃତ୍ୟ ସଙ୍ଗୀତ ମହୋତ୍ସବ ମଜୁଲି ଆସାମ ଠାରେ ନିଜର ଓଡ଼ିଶୀ ନୃତ୍ୟ ପରିବେଷଣ କରି ଅନ୍ତର୍ଜାତୀୟ ସ୍ଥରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ l ଗତବର୍ଷ ନାଚୁଣୀ ଠାରେ ସତ୍ୟଭାମା ମହେଶ୍ୱର କଳା ମହୋତ୍ସବରେ ଯୋଗଦେଇ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଚିଲିକା କୁଇନ ୨୦୨୨ ରେ ପ୍ରିୟଙ୍କା ଙ୍କୁ ସମ୍ମାନିତ କରାଯାଇଥିଲା । ବର୍ତ୍ତମାନ ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳର ଅଗ୍ରଣୀ କଳା ନିକେତନ ମାଆ କାଳୀଜାଇ କଳା ନିକେତନରେ କୁନି କୁନି ଛୁଆ ମାନଙ୍କୁ ନୃତ୍ୟ ଶିକ୍ଷା ଦେଉଛନ୍ତି ପ୍ରିୟଙ୍କା । ପ୍ରିୟଙ୍କା ଙ୍କ ଏହି ସଫଳତାର ସମସ୍ତ ଶ୍ରେୟ ତାଙ୍କ ବାବା ମାଆ ଙ୍କ ସମେତ ମାଆ କାଳୀଜାଇ କଳା ନିକେତନର ସମ୍ପାଦକ ଜୟଦେବ ପାତ୍ର ଓ ସମ୍ପାଦିକା ସ୍ଵପ୍ନା ବଡ଼ଜେନା ଙ୍କୁ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *