ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କିଛିଦିନ ପୂର୍ବେ ପିମ୍ପୁଡିଆ ପଞ୍ଚାୟତର ନୂଆଡିହ ଗ୍ରାମରେ ଏକ ସବ ସେଣ୍ଟର ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇଥିଲା । କାର୍ଯ୍ୟାଦେଶ ପାଇଁ ପିମ୍ପୁଡିଆ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶୀଭୂଷଣ ନନ୍ଦ ଏକ ଗ୍ରାମସଭା ଆୟୋଜନ କରାଇଥିଲେ । ନିର୍ମାଣ କାମ ହେବାକୁ ଥିବା ଜାଗା ନୂଆଡିହ ମୌଜା ଖାତା ନଂ – ୧୫୦ ପ୍ଲଟ ନଂ- ୨୦୮ ଏବଂ ତାହାର କିସମ ଶାଳ ଜଙ୍ଗଲ ଥିଲା ଏବଂ ସେହି ଶାଳ ଜଙ୍ଗଲ କିସମକୁ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁସାରେ କିସମ ପରିବର୍ତ୍ତନ କରି ସେହି ଜାଗାରେ ସବ ସେଣ୍ଟର ବିଲଡିଙ୍ଗ ନିମନ୍ତେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । କିନ୍ତୁ ଗ୍ରାମର ଗ୍ରାମବାସୀ ମାନଙ୍କ ଦ୍ୱାରା ପୂର୍ବରୁ ଯେଉଁ ସ୍ଥାନ ଚିହ୍ନଟ କରାଯାଇଥିଲା ସେହି ସ୍ଥାନଟି ଗମନାଗମନ ପାଇଁ ଯୋଗ୍ୟ ନଥିବାରୁ ସମସ୍ତ ଗ୍ରାମବାସୀ ଗ୍ରାମସଭାକୁ ବିରୋଧ କରିଥିବା ଦେଖିବାକୁ ମିଳିଛି । ଏହି ସବ ସେଣ୍ଟର ବିଲଡିଙ୍ଗ ଉପରେ ୬ ଗୋଟି ରେଭିନ୍ୟୁ ଭିଲେଜ ସହ ୧୪ ଗୋଟି ଅଙ୍ଗନବାଡି କେନ୍ଦ୍ର ଯୋଡିହୋଇ ରହିବେ ବୋଲି ପିମ୍ପୁଡିଆ ପଞ୍ଚାୟତ ସରପଞ୍ଚ ତପନ କୁମାର ନାୟକ ସୂଚନା ଦେଇଛନ୍ତି । ଶେଷରେ ଗ୍ରାମସଭାରେ ଗ୍ରାମବାସୀଙ୍କ ମତ ନେଇ ସବସେଣ୍ଟର ନିମନ୍ତେ ପୂର୍ବରୁ ଚିହ୍ନଟ ହୋଇଥିବା ସ୍ଥାନକୁ ବିରୋଧ କରି ନୂତନ ସ୍ଥାନ ମଧ୍ୟ ଚିହ୍ନଟ କରାଯାଇଥିଲା ! ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗ୍ରାମସଭାରେ ହୋଇଥିବା ଆଲୋଚନା ଏବଂ ସମସ୍ତ ନିଷ୍ପତିକୁ ଏକ ରେଜୁଲେସନ ମାଧ୍ୟମରେ ବିଡ଼ିଓ ଏବଂ ତହସିଲଦାରଙ୍କୁ ଜଣାଇବା ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି ।