କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଅସନ୍ତୁଳିତ ପରିବେଶ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇପଡିଛି l ଏଥିପାଇଁ ବିଭିନ୍ନ ସ୍ଥାନରେ ଜଙ୍ଗଲ ସୁଷ୍ଟି ଲାଗି ସରକାରୀ ଓ ବେସରକାରୀ ସ୍ତରରେ ଦୀର୍ଘ ବର୍ଷ ହେବ ଉଦ୍ୟମ ଜାରି ରହିଛି l ଏହି ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ରଘୁଦେଇପୁର ପଞ୍ଚାୟତ ରାଜନଗର ଠାରେ ଥିବା 100 ଏକର ଜଙ୍ଗଲ ରେ ଆମ୍ବ ଟାକୁଆ ପକାଇ ଆମ୍ବ ବଗିଚା ସୁଷ୍ଟି କରିବାର ସଂକଳ୍ପ ନେଇଛନ୍ତି ସ୍ଥାନୀୟ ଗାଁ ର ଯୁବ ସାମ୍ବାଦିକ ଦୈତାରୀ ଜେନା l କଟକ ବନଖଣ୍ଡ ଅଧୀନ ଏହି ରାଜନଗର ଜଙ୍ଗଲରେ ଶାଗୁଆନ, ଶାଳ, ପିଆଶାଳ ସମେତ ବିଭିନ୍ନ ଗଛ ଭରପୁର ରହିଛି l ମାତ୍ର ଏହି ଜଙ୍ଗଲ ମଧ୍ୟରେ କୌଣସି ଫଳନ୍ତି ଗଛ ନାହଁ l ତେବେ ଏହି ଜଙ୍ଗଲକୁ ସୁରକ୍ଷା ଦେବା ସହ ଜଙ୍ଗଲ ମଧ୍ୟରେ 5000 ଆମ୍ବ ଟାକୁଆ ପକାଇ ଆମ୍ବ ବଗିଚା ସୁଷ୍ଟି କରିବାକୁ ପ୍ରୟାସ କରିଛନ୍ତି ଦୈତାରୀ l ପ୍ରଥମ ପର୍ଯ୍ୟାୟରେ ଏକ ହଜାର ରୁ ଅଧିକ ଟାକୁଆ ବୁଣିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସେ 2000 ଟାକୁଆ ବୁଣିଥିଲେ l ତେବେ ଆଗାମୀ ଦିନରେ ଆଉ କିଛି ଟାକୁଆ ସହ କାଜୁ ଏବଂ ପଣସ ମଞ୍ଜି ବୁଣି ବାକୁ ଲକ୍ଷ ରଖିଛନ୍ତି l ଗାଁ ମାନଙ୍କରେ ଆମ୍ବ ଖାଇ ଏଣେ ତେଣେ ପକାଉ ଥିବା ଟାକୁଆକୁ ସେ ଗୋଟାଇ ଏକତ୍ରିତ କରି ଜଙ୍ଗଲ ମଧ୍ୟ୍ୟରେ ବୁଣୁଛନ୍ତି l ତେବେ ସେହି ଜଙ୍ଗରେ କିଛି ହରିଣ ମଧ୍ୟ ଥିବାରୁ ଆଗାମୀ ଦିନରେ ମୟୁର ଛୁଆ ଛାଡିବାକୁ ଲକ୍ଷ ରଖିଥିବା କହିଛନ୍ତି ଶ୍ରୀ ଜେନା l
ଜଙ୍ଗଲରେ ଆମ୍ବ ଟାକୁଆ ବୁଣି ଚର୍ଚ୍ଚା ରେ ଯୁବ ସାମ୍ବାଦିକ ଦୈତାରୀ ଜେନା !!!

