ବଡ଼ ଧୁମଧାମରେ ଆୟୋଜିତ ହେଲା ଶିବ ବିବାହ ମହୋତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ବିଭିନ୍ନ ଶୈବପୀଠ ରେ ମହା ଆଡ଼ମ୍ବରରେ ସଂମ୍ପର୍ଣ୍ଣ ହୋଇଯାଇଛି ଶିବ ବିବାହ । ଜଗତଜନନୀ ମା ପାର୍ବତୀ ମା’ଙ୍କ ସହିତ ମହାଦେବଙ୍କ ପାଣି ଗ୍ରହଣ ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଥିବା ବେଳେ ଭକ୍ତମାନେ ଏହି ଅବସରରେ ଶୈବପୀଠ ଗୁଡ଼ିକ ରେ ଅନ୍ନ ଦାନ ପଣା ଭୋଗ ବଣ୍ଟନ ସହିତ ଦୀପ ପ୍ରଜ୍ବଳନ ଆଦି କାର୍ଯ୍ୟକ୍ରମ କରିଥିବା ଦେଖିବାକୁ ମିଳିଥିଲା । ସଦରମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥିତ ରାମଲିଙ୍ଗେଶ୍ବର ମନ୍ଦିର ରେ ମହାଦେବ ଙ୍କ ବିବାହ ଉତ୍ସବ ରେ ହଜାର ହଜାର ସଂଖ୍ଯାରେ ଭକ୍ତମାନେ ଯୋଗଦେଇ ଉତ୍ସବ ଦେଖିବା ସହ ପ୍ରସାଦ ସେବନ କରିଥିଲେ । ମନ୍ଦିରର ସେବାୟତ ବ୍ରହ୍ମାନନ୍ଦ ପଣ୍ଡା , ଶିଶିର ପଣ୍ଡା , ସନ୍ତୋଷ ପଣ୍ଡା , ପ୍ରେମାନନ୍ଦ ପଣ୍ଡା , ବିଜୟ ପଣ୍ଡା , ଭିକାରୀ ପଣ୍ଡା , ଶ୍ରୀକାନ୍ତ ଭୂକ୍ତା , ପ୍ରଦୀପ ଭୂକ୍ତା , ଶ୍ରୀନିବାସ ଭୂକ୍ତା , ଜଗନ୍ନାଥ ଭୂକ୍ତା ଙ୍କ ସହ ରମେଶ ବେହେରା , ଶିବାଜୀ କେ ସାନ ପାତ୍ର ପ୍ରମୁଖ ଭକ୍ତମାନେ ଏସବୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଥମେ ଠାକୁର ଙ୍କୁ ଏକ ବିରାଟ ପଟୁଆର ରେ ଭୂକ୍ତା ମଣ୍ତପକୁ ବରବେଶ କରି ନେବା ପରେ ମନ୍ଦିର ମଧ୍ଯରେ ଥିବା କଲ୍ୟାଣ ବେଦୀ କୁ ଅଣାଯାଇଥିଲା । ଏଠାରେ କନ୍ଯା ପିତା ଠାକୁର ଙ୍କୁ ସ୍ବାଗତ କରି ବାଟ ବରଣ କରିଥିଲେ । ପରେ ହୁଳହୁଳି ଘଣ୍ଟ ତାଳ ଧ୍ବନି ମଧ୍ୟରେ ମା’ ଙ୍କୁ ଅଣାଯାଇ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଗହଳି ଲାଗିଥିବା ବେଳେ ଆସନ୍ତା କାଲି ନଗର ପରିକ୍ରମା କରିବେ ।

Leave a Reply

Your email address will not be published. Required fields are marked *