ନୟାଗଡ଼ ଜିଲ୍ଲା ଗସ୍ତରେ ଓଡିଶା ବିଧାନସଭାର ଲାଇବ୍ରେରୀ କମିଟି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଗସ୍ତରେ ଓଡିଶା ବିଧାନସଭାର ଲାଇବ୍ରେରୀ କମିଟି l ଲାଇବ୍ରେରୀ କମିଟିର ଅଧ୍ୟକ୍ଷ ବିଧାୟକ ପ୍ରଫୁଲ ସାମଲଙ୍କ ନେତୃତ୍ୱରେ କମିଟି ଜିଲ୍ଲା ଗସ୍ତରେ ଆସି ନୟାଗଡ଼ରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ରହିଛନ୍ତି ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁ l ଆଜି ମଧ୍ୟାହ୍ନରେ 12 ଜଣ ବିଧାୟକ ନୟାଗଡ଼ରେ ପହଂଚିବା ପରେ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ସମେତ ବହୁ ଜନ ପ୍ରତିନିଧି ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ଲାଇବ୍ରେରୀ କମିଟି ପ୍ରଥମେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପାଠଗାର, କ୍ଲାସରୁମ, ଖେଳପଡିଆ ଆଦି ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ l କଲେଜ ସୌନ୍ଦର୍ଯ୍ୟ କରଣ ଦେଖି କମିଟିର ସଦସ୍ୟ ମାନେ ଖୁସି ବ୍ୟକ୍ତ କରିଥିଲେ l ଏହା ପରେ ଏହି କମିଟି ନୂଆଗାଁ ବ୍ଲକ ଦାଶରଥୀ ପଟ୍ଟନାୟକ ସଂଗ୍ରହାଳୟର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିଲା ! ପରେ ଲାଇବ୍ରେରୀ କମିଟି ଦଶପଲ୍ଲା କୁଆଁରୀଆ ଡ୍ୟାମ ପରିଦର୍ଶନ କରି କନ୍ଧମାଳ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି l

Leave a Reply

Your email address will not be published. Required fields are marked *