ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଯୁବ ସମାଜସେବୀ ଆଶାତୀତ ସାହୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଗଣନାଥ ଗୋଷ୍ଠୀ ର ଖୋର୍ଦ୍ଧା ଜିଲ୍ଲା ନଈରି ଶାଖାର ସଦସ୍ୟ ଆଶାତୀତ ସାହୁ ନିଜ ଜନ୍ମଦିନ କୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଆଜିର ପଥଭ୍ରଷ୍ଟ ଯୁବ ଗୋଷ୍ଠୀ ଙ୍କୁ ପ୍ରେରଣା ଦେବା ସହ ସଦ୍ ମାର୍ଗରେ ଆଣିବା ନିମିତ୍ତ ସେ ଗୋଷ୍ଠୀର ଅନ୍ୟ ସଦସ୍ୟଙ୍କ ସହାୟତାରେ ବାଣପୁର ଉପକାରାଗାର ନିକଟବର୍ତ୍ତୀ ଲଡୁକେଶର ବୃଦ୍ଧାଶ୍ରମ ରେ ନିଜ ଜନ୍ମଦିନ ଟିକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ବୃଦ୍ଧାଶ୍ରମରେ ପ୍ରଥମେ ପହଞ୍ଚି କେକ୍ କାଟିବା ସହିତ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ତା ସହିତ ବାଣପୁର ,ବାଲୁଗାଁ ଏବଂ ନାଚୁଣୀ ଅଞ୍ଚଳରେ ରାସ୍ତା କଡ଼ରେ ବସବାସ କରୁଥିବା କିଛି ଅସହାୟ ଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ସେ ଏହି ସମୟରେ, “କେବଳ କାଟିକି ନୁହଁ ବାଣ୍ଟିକି ଖାଇବାକୁ” ଯୁବ ଗୋଷ୍ଠୀ ଙ୍କୁ ଆହ୍ବାନ କରିଛନ୍ତି । ଏହି କାର୍ଯ୍ୟ ରେ ଅନ୍ୟ ର ସଦସ୍ୟଙ୍କ ମଧ୍ୟରେ ନଈରି ଶାଖା ର ସହ ସମ୍ପାଦକ ରାଜ କିଶୋର ସାହୁ, ଶୁଭମ୍ ତ୍ରିପାଠୀ ଙ୍କ ସମେତ ତ୍ରିଲୋଚନ ସାହୁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *