ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଯାଜପୁର ଜିଲ୍ଲା ଦାନଗଦି ତହସିଲ ଅନ୍ତର୍ଗତ ଟୋଲକାନି ଗ୍ରାମରେ ଗୋଚର ଜମି ଉପରେ ଘର ନିର୍ମାଣକୁ ନେଇ ବିରୋଧ କଲେ ଗ୍ରାମବାସି । ପ୍ରଥମେ ଗ୍ରାମବାସୀଙ୍କ ତରଫରୁ ଦାନଗଦି ତହସିଲଦାରଙ୍କୁ ଦାବୀପତ୍ର ଦେଇଥିବା ବେଳେ ଆଜି ଟୋଲକାନି ଗ୍ରାମର ବହୁ ବରିଷ୍ଠ ବ୍ୟକ୍ତି ଓ ଯୁବକ ଏକତ୍ରିତ ହୋଇ ଗୋବର୍ଦ୍ଧନପୁର ରାଜସ୍ବ ନିରକ୍ଷଙ୍କ ଅଫିସରେ ପହଞ୍ଚି ଦାବିପତ୍ର ଦେଇଥିବାର ଦେଖିବାକୁ ମିଳିଛି । ଏଠି ପ୍ରଶ୍ନ ଉଠୁଛି ଯେ ୩ ଦିନ ହେବ ଅଭିଯୋଗ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତହସିଲଦାର କିଛି ପଦକ୍ଷେପ ନେଇ ନାହାନ୍ତି କାହିଁକି ! ଘଟଣା କୁ ନେଇ ସର୍ଵ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ! ଏପଟେ ଗ୍ରାମବାସୀଙ୍କ ପକ୍ଷରୁ ଯଥା ଶୀଘ୍ର ତଦନ୍ତ କରି କାର୍ଯ୍ୟ ଅନୁଷ୍ଠାନ ଦାବି କରିଛନ୍ତି ।


