ପୁରୀ ଜିଲ୍ଲାପାଳଙ୍କୁ ଭେଟିବେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ସଦସ୍ୟ !!!

Spread the love

ଭୁବନେଶ୍ୱର ( ଆୱା ଅଯ ମିଡ଼ିଆ ) – ଶାଶ୍ଵତୀ ନାୟକ : ରଥଯାତ୍ରା କାର୍ଯ୍ୟକ୍ରମ ପ୍ରସାରଣ କରିବା ପାଇଁ ଅନୁମତି ସମ୍ପର୍କରେ ଓଡିଶା ଡିଜିଟାଲ ମହାସଂଘ ତରଫରୁ ପୁରୀ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ ପାଇଁ ପୁରୀ ଗସ୍ତ ! ଆଗକୁ ଆସୁଛି ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ! ରଥଯାତ୍ରା କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ମହାସଂଘ ତରଫରୁ ପୁରୀ ଜିଲ୍ଲାପାଳଙ୍କୁ ଅନୁରୋଧ ପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି ! ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ପରି ଡିଜିଟାଲ ମିଡ଼ିଆ ପ୍ରତିନିଧି ମାନଙ୍କୁ ମଧ୍ୟ ରଥଯାତ୍ରା କାର୍ଯ୍ୟକ୍ରମକୁ ପ୍ରସାରଣ କରିବା ପାଇଁ ଅନୁମତି ପ୍ରଦାନ ସମ୍ପର୍କରେ ଦାବୀ ପତ୍ରରେ ଉଲ୍ଲେଖ ରହିଛି ! ରାଜ୍ୟର ରାଜଧାନୀ ସମେତ ସମସ୍ତ ଜିଲ୍ଲା ମୁଖ୍ୟାଳୟ ରେ ଡିଜିଟାଲ ମିଡ଼ିଆ ପ୍ରତିନିଧି ମାନେ ନିରନ୍ତର ଖବର ସଂଗ୍ରହ କାମ ଜାରି ରଖିଛନ୍ତି ! ରଥ ଯାତ୍ରା ସମ୍ପର୍କୀତ ସୂଚନା ଏବଂ ପ୍ରସ୍ତୁତି କାର୍ଯ୍ୟକ୍ରମରେ ମହାସଂଘର ସଦସ୍ୟଙ୍କୁ ସାମିଲ କରାଯାଉ ! ଡିଜିଟାଲ ମିଡ଼ିଆ କୁ ଖବର ସଂଗ୍ରହ ପାଇଁ ଅନୁମତି ପ୍ରଦାନ କରାଗଲେ , ମହାସଂଘର କାର୍ଯ୍ୟ ଏବଂ ଉଦ୍ଦେଶ୍ୟ ସାଧିତ ହେବା ସହିତ ପୁରୀ ଆସି ପାରିନଥିବା ଲୋକେ ନିଜ ମୋବାଇଲ ଫୋନ ମାଧ୍ୟମରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖି ପାରିବେ !

Leave a Reply

Your email address will not be published. Required fields are marked *