ଭଙ୍ଗାହେଲା ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସର୍ବପୁରାତନ କାର୍ଯ୍ୟାଳୟ ଗୃହ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଭଙ୍ଗାହେଲା ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସର୍ବପୁରାତନ କାର୍ଯ୍ୟାଳୟ ଗୃହ ! ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସର୍ବପୁରାତନ ଗୃହ ଆଜି ମାଟିରେ ମିଶିଲା । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭିତ୍ତିଭୂମିର ଉନ୍ନତୀ ଓ ବିଭିନ୍ନ ବିଭାଗ ପାଇଁ ପ୍ରସ୍ତୁତ ହେବାକୁଥିବା ନୂତନ ପ୍ରକଳ୍ପ ପାଇଁ ଏହି ଗୃହକୁ ଭଙ୍ଗ ଯାଇଥିବା ଜଣାପଡିଛି । ସମ୍ପୂର୍ଣ୍ଣ ସୁକିନ୍ଦା ଗଡ଼ଜାତ ଅଞ୍ଚଳରେ ସ୍ୱାସ୍ଥ୍ୟକେନ୍ଦ୍ର ନଥିଲା । ୧୯୧୫ ମସିହାରେ ନିର୍ମିତ ଏହି ବିଲଡିଂ ସମୟ କ୍ରମେ ସରକାରଙ୍କ ଅଧିନକୁ ଯାଇଥିବା ସୁକିନ୍ଦା ରାଜାସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ପ୍ରକାଶ କରିଛନ୍ତି । ଦୀର୍ଘ ୧୦୮ବର୍ଷର ଇତିହାସ ବହନ କରିଥିବା ଏହି ଵିଲ୍ଡିଂ ଭାଙ୍ଗିବା ସମୟରେ ଅନେକ ଲୋକଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ୧୦୮ ବର୍ଷ ପରେବି ଏହି ଗୃହ ବ୍ୟବହାର ଉପଯୋଗୀ ଥିବା କୁହାଯାଉଛି । ସୁକିନ୍ଦାର ସର୍ବପୁରାତନ ଗୃହ ଆଜି ମାଟିରେ ମିଶିଥିବା ଚର୍ଚ୍ଚାର ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *