ବାରଙ୍ଗ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାରଙ୍ଗ ବ୍ଲକ ଅନ୍ତର୍ଗତ ବଛିପୁର ଗ୍ରାମ ଫୁଲପୋଖରୀ ଠାରେ ପ୍ରଥମ କରି ଆରମ୍ଭ ହୋଇଛି ଓସିଏ ତରଫରୁ ୨୨ ତମ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ! ଏହି କମ୍ପ୍ୟୁଟର ଶିକ୍ଷା ଅନୁଷ୍ଠାନ ରେ ବାରଙ୍ଗ ବ୍ଲକ ଅଞ୍ଚଳରେ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀ ମାନେ କମ୍ପ୍ୟୁଟର ଶିକ୍ଷା ଲାଭ କରି ପାରିବେ । କମ୍ପ୍ୟୁଟର ଶିକ୍ଷା ପାଇଁ କଟକ ଭୂବନେଶ୍ୱର ଯିବାକୁ ପଡୁଥିବା ବେଳେ ଆଉ ବାହାରକୁ ଯିବାକୁ ପଡିବ ନାହିଁ । ବାରଙ୍ଗ ବ୍ଲକ ୩୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ ଶିକ୍ଷା କେନ୍ଦ୍ର ଟିକୁ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିବା ସହିତ ଅଞ୍ଚଳରେ ପ୍ରଥମ କରି ହେଉଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମନରେ ବହୁ ଆଗ୍ରହ ଦେଖିବାକୁ ମିଳିଛି । ଓଡିଶା କମ୍ପ୍ୟୁଟର ଏକାଡେମୀ ର ମ୍ୟାନେଜିଂ ଡାଇରେକ୍ଟର ସୂର୍ଯ୍ୟ ନାରାୟଣ ରାଉତ , ଶ୍ରିମନ୍ତପୁର ସରପଞ୍ଚ ସଞ୍ଜୟ ପାଣି, ବାରଙ୍ଗ ଶାନ୍ତି କମିଟି ଉପାଧ୍ୟକ୍ଷ ସୁରେଶ କୁମାର ମହାନ୍ତି, ମଧୁପୁର ସମିତି ସଭ୍ୟ କିଶନ ଜେନା, ଫୁଲପୋଖରୀ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ର ମ୍ୟାନେଜର ଜ୍ୟୋତି ଶଙ୍କର ଚାନ୍ଦ୍ , ଆଇନଜୀବୀ ଅଜୟ ମହାରଣା ଙ୍କ ସମେତ ଅଞ୍ଚଳର ବହୁ ଛାତ୍ରଛାତ୍ରୀ , ଶିକ୍ଷକ , ବୁଦ୍ଧିଜୀବୀ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।


