ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ୨୩ ତମ ସହୀଦ ଦିବସ ପାଳନ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ 23 ତମ ସହୀଦ ଦିବସ ପାଳନ ହୋଇ ଯାଇଛି । ଚିଲିକା ଆମର , ଆମରି ମତ୍ସ୍ୟଜୀବୀ ମାନଙ୍କର ହେଉଛି ଚିଲିକା , ଚିଲିକା ପାଇଁ ଜୀବନ ଦେବୁ , ଏହି କଥା କହି ପୋଲିସ ଗୁଳିରେ 6 ଜଣ ମତ୍ସ୍ୟଜୀବୀ ସହୀଦ ହୋଇଗଲେ । ସେହି ସହୀଦ ମାନଙ୍କ ଉଦ୍ଦେଶ୍ୟ ରେ ଚିଲିକା ମତ୍ସ୍ୟଜୀବୀ ସଂଘ ପକ୍ଷରୁ ସୋରଣ ଘୋଡାଦହଡ ପେଣ୍ଠ ନିକଟରେ ସହୀଦ ଦିବସ ପାଳନ ହୋଇଯାଇଛି । ଚିଲିକା ମତ୍ସ୍ୟଜୀବୀ ମହାସଂଘ ର ସଭାପତି ଶ୍ୟାମ ସୁନ୍ଦର ବେହେରା ଙ୍କ ନେତୃତ୍ୱରେ ଶତାଧିକ ମତ୍ସ୍ୟଜୀବୀ ନଗର ପରିକ୍ରମା ସହିତ ସହୀଦ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାପର୍ଣ କରି ସ୍ମୃତି ଚାରଣ କରିଥିଲେ । ସହୀଦ ମାନେ ହେଲେ ସୋରଣ ଗ୍ରାମର ପ୍ରମିଳା ବେହେରା, ସୁଦର୍ଶନ ବେହେରା,ବାଞ୍ଛାନିଧି ବେହେରା, ଦିଗମ୍ବର ବେହେରା, ଲିଙ୍ଗରାଜ ବେହେରା । ସେଦିନ ଥାଏ ୧୯୯୯ ମସିହା ମେ ମାସ ୨୯ ତାରିଖ । ଖୋର୍ଦ୍ଧା ଜିଲ୍ଲାର ସୋରଣ ଗ୍ରାମର ଚିଲିକା କୂଳରେ ଥିବା ଘୋଡାଦହଡ ପେଣ୍ଠ ନିକଟରେ ପ୍ରଶାସନ ସହିତ ମତ୍ସ୍ୟଜୀବୀ ମାନଙ୍କ ମଧ୍ୟରେ ଦେଖାଦେଲା ବିବାଦ । ମତ୍ସ୍ୟଜୀବୀ ମାନଙ୍କ ନ୍ୟାର୍ଯ୍ୟ ଦାବି ଓ ଉତ୍ତେଜିତ ସ୍ୱର କୁ ଦମନ କରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ମୁତାବକ ପୋଲିସ ପକ୍ଷରୁ ଗୁଳି ବର୍ଷା କରାଗଲା , ସେଥିରେ 6 ଜଣ ମତ୍ସ୍ୟଜୀବୀ ସହୀଦ ହୋଇଥିଲେ । ସେହି ସହୀଦ ମାନଙ୍କୁ ମନେ ପକାଇବା ଏବଂ ମତ୍ସ୍ୟଜୀବୀ ମାନେ ନିଜର ଏକତା ବଜାୟ ରଖିବା ପାଇଁ ସହୀଦ ଦିବସ ପାଳନ କରିଛନ୍ତି ।

Leave a Reply

Your email address will not be published. Required fields are marked *