ମହଙ୍ଗା ପଡ଼ିଲା ଡିଏଫଓ ଙ୍କୁ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ପଠାଇବା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀଙ୍କ ଫୋନ କୁ ଅଶ୍ଳୀଳ ଫଟୋ, ଭିଡ଼ିଓ ପଠାଇ ତଥା କଲ କରି ହଇରାଣ କରୁଥିବା ଦୁଇ ଜଣ ଯୁବକଙ୍କୁ ନୟାଗଡ଼ ଟାଉନ ଥାନା ପୁଲିସ ଗରିଫ କରିଛି। ଏହି ଦୁଇ ଯୁବକ ହେଲେ ରଣପୁର ଥାନା ରାଜସୁନାଖଳା ଆଙ୍କୁଳପାଟଣା ସାହିର ଦୀପକ ରଞ୍ଜନ ସାମନ୍ତରାୟ ଏବଂ ଇଟାମାଟି ଥାନା ବଡ଼ପଣ୍ଡୁସର ଗ୍ରାମର ପ୍ରିତିରାଜ ମହାପାତ୍ର । ଏହି ଦୁଇ ଯୁବକଙ୍କ ସହ ଅନ୍ୟ କିଛି ଯୁବକ ହ୍ଵାଟ୍ସଆପରେ ବିଭିନ୍ନ ଗ୍ରୁପ କରି ମହିଳାଙ୍କୁ ହଇରାଣ କରୁଥିଲେ । କାଳିଆ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଦେଶି ଗାର୍ଲ, ଟିଙ୍ଗ୍ ହାଇଟେକ ଭଳି ଅନେକ ଗ୍ରୁପ ତିଆରି କରି ତାହା ମଧ୍ୟରେ ମହିଳାଙ୍କ ନମ୍ବରକୁ ସେୟାର କରୁଥିଲେ । ବନଖଣ୍ଡ ଅଧିକାରୀଙ୍କ ସରକାରୀ ନମ୍ବରକୁ ଗତ ୧୪ ତାରିଖଠାରୁ ଲଗାତର ଭାବେ ଫୋନ କଲ ଓ ହ୍ବାଟସଆପରେ ହଇରାଣ କରୁଥିଲେ । ଏନେଇ ଡିଏଫଓ ଟାଉନ ଥାନାରେ ଏତଲା ଦେବା ପରେ ଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ । ଆଜି ଟାଉନ ଥାନାରେ ନୟାଗଡ଼ ଏସପି ଅଲେଖ ପହି ଘଟଣାର ଖୁଲାସା କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *