ବାଲୁଗାଁ ରେଳଧାରଣା ରୁ ଅଜଣା ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟସ୍ଥ ରାମପୁର ଗ୍ରାମ ପାଖ ରେଳଧାରଣାରୁ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡିଥିବା ଜଣେ ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର ହୋଇଛି ! ରେଳ ଧାରଣା ପାଖରେ ଶବ ପଡିଥିବାର , ଏକ ମାଲବାହି ଟ୍ରେନ ଡ୍ରାଇଭର ଦେଖି ବାଲୁଗାଁ ରେଳ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ବାଲୁଗାଁ ଆରପିଏଫ୍ ମୃତ ଶରୀରକୁ ଜବତ କରିଛି l ବ୍ୟକ୍ତି ଜଣକ କେଉଁଠାର ଓ କାହିଁକି ରେଳ ଲାଇନ ଉପରକୁ ଆସି ଆତ୍ମ ହତ୍ୟା କରିଛି ତାହା ବର୍ତ୍ତମାନ ଅସ୍ପଷ୍ଟ ଥିବା ବେଳେ ଖୋର୍ଦ୍ଧା ରେଳ ବିଭାଗ କୁ ଖବର ଦେଇ ବାଲୁଗାଁ ରେଳ ବିଭାଗ ମୃତ ଶରୀର କୁ ହସ୍ତlନ୍ତର କରିଛି ! ତେବେ ବ୍ୟକ୍ତି ଜଣକ ଏକ ଲାଲ କଲର ଗଞ୍ଜି ପିନ୍ଧିଥିବା ଦେଖିବାକୁ ମିଳିଛି ଏବଂ ତା ନିକଟରୁ ଏକ ମଟର ସାଇକେଲ ଚାବି ମିଳିଥିବା ସୂଚନା ମିଳିଛି l କିନ୍ତୁ ମୃତକଙ୍କ ଏପର୍ଯ୍ୟନ୍ତ କିଛି ପରିଚୟ ମିଳି ପାରିନାହିଁ l ତଦନ୍ତ ହେଲାପରେ ଯାହା ଜଣା ପଡିବ ବୋଲି ବାଲୁଗାଁ ରେଳ ବିଭାଗ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *