ବାଙ୍କୀ ର ମା ଚର୍ଚ୍ଚିକା ସାମ୍ବାଦିକ ସଂଘର ବାର୍ଷିକ ସାଧାରଣ ସଭା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ଅଗ୍ରଣୀ ସାମ୍ବାଦିକ ସଂଗଠନ ମା ଚର୍ଚ୍ଚିକା ସାମ୍ବାଦିକ ସଂଘର ବାର୍ଷିକ ସାଧାରଣ ସଭା ଆୟୋଜିତ ହୋଇଯାଇଛି ! ପ୍ରଥମେ ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଓ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ! କଟକ ଜିଲ୍ଲା ବାଙ୍କୀ ର ମା ଚର୍ଚ୍ଚିକା ସାମ୍ବାଦିକ ସଂଘ ପକ୍ଷରୁ ଅଂଶୁପା ଠାରେ ମା ବାଉତି ମନ୍ଦିର ପ୍ରାଙ୍ଗଣରେ ସଙ୍ଘର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ! ସଂଘର ସଭାପତି ଶ୍ରୀଯୁକ୍ତ ଅରବିନ୍ଦ ବୀରବର ହରୀଚନ୍ଦନ ସଭା ପରିଚାଳନା କରିଥିଲେ ! ସଂଘର ବାର୍ଷିକ ଖସଡ଼ା ପ୍ରସ୍ତୁତି ର ଆରମ୍ଭ ରୁ ପ୍ରଥମେ ଯେଉଁ ଭଳି ଭାବେ ବାହାନଗା ରେଳ ଦୁର୍ଘଟଣା ରେ ପ୍ରାୟ ୩୮୫ ରୁ ଉର୍ଦ୍ଧ ଯାତ୍ରୀ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସାଙ୍ଗକୁ ପ୍ରାୟ ୯ ଶହ ରୁ ଉର୍ଦ୍ଧ ଯାତ୍ରୀ ଏଵେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାରୁ ସେମାନଙ୍କ ଅଶୁ ଆରୋଗ୍ୟ ପାଇଁ ଦୁଇ ମିନିଟ ର ପ୍ରାର୍ଥନା କରାଯାଇଥିଲା ! ଅନ୍ୟପଟେ ଆଗାମୀ ଦିନରେ କିଭଳି ସଂଘ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟ ହାତକୁ ନିଆଯିବ ସେ ନେଇ ସମସ୍ତ ସଦସ୍ୟ ଙ୍କ ମତାମତ ଲୋଡ଼ା ଯାଇଥିଲା ! ତେବେ ପ୍ରାଥମିକ ସ୍ତରରେ ଯୁଦ୍ଧ କାଳୀନ ଭିତ୍ତିରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ର ଆୟୋଜନ କରାଯିବାର ନିଷ୍ପତି ନିଆଯାଇଛି ! ଏହା ସହିତ ନିକଟସ୍ଥ ଵୃଦ୍ଧାଶ୍ରମ ରେ ରହୁଥିବା ଅନ୍ତେବାସୀ ଙ୍କୁ ଆସନ୍ତା ରବିବାର ଦିନ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରିବା ପାଇଁ ସଭାପତି ପ୍ରସ୍ତାବ ଦେଇଥିଛନ୍ତି ! ସମସ୍ତ ନିଷ୍ପତିକୁ ସଂଘର ସମସ୍ତ ସଦସ୍ୟ ସ୍ୱାଗତ କରିଛନ୍ତି ! ଅନ୍ୟପଟେ ସଂଘର ମିଡିଆ ସଂଯୋଜକ ସତ୍ୟବ୍ରତ ଦାଶ କହିଛନ୍ତି ଏକତା ହିଁ ସଂଘର ବଳ ! ଏହାକୁ ପାଥେୟ କରି ପ୍ରତ୍ୟେକ ସଦସ୍ୟ ସଂଘର ନିୟମାବଳୀ ମାନି ଚଳିବା ଉଚିତ ! ସଂଘର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ! ଆଜିର ଏହି ବାର୍ଷିକ ସାଧାରଣ ସଭା ରେ ଉପ-ସଭାପତି ଅନନ୍ତ କୁମାର ରଣା, ସାଧାରଣ ସମ୍ପାଦକ ମନୋଜ କୁମାର ଦଳେଇ, ସହ ସମ୍ପାଦକ ଅଶୋକ ରଣା, ପ୍ରତାପ ନାୟକ, ପ୍ରଶାନ୍ତ କୁମାର କର, ଗଙ୍ଗାଧର ସାହୁ, ପଦ୍ମନାଭ ମିଶ୍ର, ରାଧାଶ୍ୟାମ ନାୟକ, ବସନ୍ତ ଦଳେଇ, ମନୋଜ ପାତ୍ର, ପୁର୍ଣ୍ଣେନ୍ଦୁ ନାୟକ, ମୃତ୍ୟୁଞ୍ଜୟ ମହାପାତ୍ର, ଉପସଭାପତି ମାନସ ରଂଜନ ସାହୁ, ବିଶ୍ୱଜିତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *