କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଗସ୍ତରେ ବିଶେଶ୍ୱର ଟୁଡୁ । ଜଳ ସମ୍ପଦ ଓ ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସଞ୍ଜୟ ନିର୍ମଳ କେନ୍ଦ୍ରାପଡା ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିବା ବେଳେ ତିନିମୁହାଣୀ ହୋଟେଲ ଗୌରୀ ଶଙ୍କର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସଫଳତାର ନ ବର୍ଷ ପୂର୍ତ୍ତି ଉପଲକ୍ଷେ ମହା ଜନସମ୍ପର୍କ ଅଭିଯାନ ଏବଂ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅପରପଟେ ଉକ୍ତ ସମ୍ମିଳନୀରେ ରାଜ୍ୟ ସରକାର ଓ ବିଜୁ ଜନତା ଦଳର କାର୍ଯ୍ୟକଳାପ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଶ୍ୱର ଟୁଡୁ ।
ଜଳସମ୍ପଦ ଓ ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ କେନ୍ଦ୍ରାପଡା ଗସ୍ତ !!!

