ସାମ୍ବାଦିକ ସୁରକ୍ଷା ପାଇଁ ଟ୍ୱିନ୍ ସିଟି ପୋଲିସ କମିଶନର ଙ୍କୁ ଦାବିପତ୍ର ପ୍ରଦାନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ୱେବ ମିଡ଼ିଆ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ସୁରକ୍ଷା ପାଇଁ ଏକ ଟିମ ଆଜି ଟ୍ୱିନ ସିଟି ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି l ପୋଲିସ କମିଶନର ମହୋଦୟ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯିବା ସହିତ ସଂଗଠନର କାର୍ଯ୍ୟକଳାପ ସମ୍ବନ୍ଧରେ ଅବଗତ କରାଯାଇଥିଲା l ପୋଲିସ କମିଶନର ଶ୍ରୀ ପ୍ରିୟଦର୍ଶୀ ଆଗାମୀ ଦିନରେ ଅନୁଷ୍ଠାନକୁ ସହଯୋଗ କରିବାର ପ୍ରତିଶୃତି ମଧ୍ୟ ଦେଇଥିଲେ l କମିଶନରଙ୍କୁ ଭେଟିଥିବା ପ୍ରତିନିଧି ମାନେ ହେଲେ ଉପାଧ୍ୟକ୍ଷ ଶ୍ରୀ ଟିଟନ ସାହୁ, ସଭାନେତ୍ରୀ ଡ଼. ବନ୍ଦନା ହରିଚନ୍ଦନ, ସାଧାରଣ ସମ୍ପାଦକ ଶ୍ରୀ ସୂର୍ଯ୍ୟକାନ୍ତ ସିଂ, ସଙ୍ଗଠନ ସମ୍ପାଦିକା ଶ୍ରୀମତୀ ମୀରା ବାଇ ଦେଓ, ବରିଷ୍ଠ ସଦସ୍ୟ ନାରାୟଣ ଚୌଧୁରୀ l

Leave a Reply

Your email address will not be published. Required fields are marked *