ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପାଲା ପରିବେଷଣ ପାଇଁ ଅନୁମତି ପ୍ରଦାନ କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ଅନୁରୋଧ ପତ୍ର ପ୍ରଦାନ କଲେ ମା ଉତ୍କଳ ଭାରତୀ ପାଲା ଗାୟକ ଏବଂ କଳା ପରିଷଦର ସଦସ୍ୟ . ଯାଜପୁର ଜିଲ୍ଲା ଶାଖା ସଭାପତି କଳ୍ପନା ନାୟକଙ୍କ ଉପସ୍ଥିତିରେ ସମ୍ପାଦିକା ରଶ୍ମିତା କୁଣ୍ଡୁ , ଉପ-ସଭାପତି ଟୁନିପ୍ରଭା ରାଉତ , ସାଂସ୍କୃତିକ ସମ୍ପାଦିକା ରାନୁପ୍ରଭା ବେହେରା , ସହ ସମ୍ପାଦିକା ଲକ୍ଷ୍ମୀପ୍ରିୟା ସାହୁ ସଂଗଠନର ମାର୍ଗଦର୍ଶିକା କନକଲତା ସାମଲ, ପାଳିଆ ପ୍ରତିନିଧି ଯୁଧିଷ୍ଠିର ଦାସ , ପ୍ରଫୁଲ୍ଲ ମହାରଣା , ସନାତନ ବିଶ୍ୱାଳ ଏବଂ ଅନ୍ୟ କଳାକାର ମାନେ ଉପସ୍ଥିତ ରହିଥିଲେ .
ପାଲା ପରିବେଷଣ କୁ ଅନୁମତି ପ୍ରଦାନ ନିମନ୍ତେ ଯାଜପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ।

