କମ୍ୟୁନିଟି ସେଣ୍ଟରରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦୀର୍ଘ ୧୬ ବର୍ଷ ହେବ କମ୍ୟୁନିଟି ସେଣ୍ଟରରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର ! କୋମଳମତି ଶିଶୁ ମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ସ୍ଥାନୀୟ ପ୍ରଶାସନ ଏବଂ ବ୍ଲକ ପ୍ରଶାସନ। ଗ୍ରାମକୁ ଅଙ୍ଗନବାଡି ଗୃହ ଆସିଥିବା ସତ୍ତ୍ୱେ କାର୍ଯ୍ୟକାରୀ ହେଇପାରୁ ନଥିବା ଅଭିଯୋଗ କରିଛନ୍ତି ଅଙ୍ଗନବାଡି ଦିଦି । ସୂଚନା ଥାଉକି ଲେମ୍ବୋ ପଞ୍ଚାୟତ ଘାଗିଆ ଗ୍ରାମରେ ଦୀର୍ଘ ୧୬ ବର୍ଷ ହେବ ଅଙ୍ଗନବାଡି କେନ୍ଦ୍ର ଚାଲି ଆସୁଥିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଶିଶୁ ମାନଙ୍କ ପାଇଁ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ହୋଇ ପାରୁନାହିଁ । ଏହି ଅଙ୍ଗନବାଡି କେନ୍ଦ୍ରରେ ୧୬ ଜଣ ଶିଶୁ ପାଠ ପଢ଼ୁଥିବା ସୂଚନା ମିଳିଛି ଏବଂ ଶିଶୁ ମାନଙ୍କ ଖାଇବା ପାଇଁ ଯେଉଁ ସ୍ଥାନରେ ରୋଷେଇ ପ୍ରସ୍ତୁତ ହେଉଛି ତାହା ନକହିବା ଭଲ । ସୂଚନା ମୁତାବକ ଦୀର୍ଘ ୬ ବର୍ଷ ପୂର୍ବରୁ ଗ୍ରାମରେ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ଏଯାବତ ଗୃହ ନିର୍ମାଣ ହୋଇ ପାରୁନାହିଁ । ଗୃହ ନିର୍ମାଣ ପାଇଁ ଗ୍ରାମର ତିନି ଗୋଟି SHG ମହିଳା ଗ୍ରୁପ ମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରିନଥିବା ଅଭିଯୋଗ ହୋଇଛି । ଏମିତିକି ଅନେକ ଦିନ କମ୍ୟୁନିଟି ସେଣ୍ଟରରେ SHG ମହିଳା ଗ୍ରୁପ ମାନଙ୍କ ମିଟିଙ୍ଗ ପାଇଁ ଶିଶୁ ମାନେ ପାଠ ପଢି ନପାରି ଘରକୁ ଫେରିଯିବାର ଅଭିଯୋଗ ମଧ୍ୟ ହେଉଛି । ଏନେଇ ଅଙ୍ଗନବାଡି ଦିଦି ସ୍ଥାନୀୟ ପ୍ରଶାସନ ଏବଂ ବ୍ଲକ ପ୍ରଶାସନକୁ ବାରମ୍ବାର ଜଣାଇବା ସତ୍ତ୍ୱେ କେହି କର୍ଣ୍ଣପାତ କରୁ ନଥିବା କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ସ୍ଥାନୀୟ ପ୍ରଶାସନ ହୁଅନ୍ତୁ କିମ୍ବା ବ୍ଲକ ପ୍ରଶାସନ ଘାଗିଆ ଗ୍ରାମରେ ଶିଶୁ ମାନଙ୍କୁ ପାଇଁ କେବେ ଅଙ୍ଗନବାଡି ଗୃହ ନିର୍ମାଣ କରାଉଛନ୍ତି ।

Leave a Reply

Your email address will not be published. Required fields are marked *