ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ନୂଆଗାଁ ରେ ମହିଳାଙ୍କୁ ଅତ୍ୟାଚାର ନେଇ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ଅର୍ଜୁନ ମହାନ୍ତଙ୍କ ଝିଅ ଗୋଲାପ ମହାନ୍ତ , ନୂଆଗାଁ ଗ୍ରାମର ନିତ୍ୟାନନ୍ଦ ମହାନ୍ତଙ୍କ ପୁଅ ଲିଟୁ ମହାନ୍ତଙ୍କୁ ବିବାହ କରିଥଲେ । କିଛିଦିନ ହେବ ଲିଟୁ ମହାନ୍ତଙ୍କ ସହିତ ତାଙ୍କ ପରିବାର ବର୍ଗ ଗୋଲାପ ମହାନ୍ତ ଙ୍କୁ ଅତ୍ୟାଚାର କରିଥିବା ନେଇ ଗୋଲାପ ମହାନ୍ତଙ୍କ ମା ବିମଳା ମହାନ୍ତ ସୁକିନ୍ଦା ଥାନା ଦ୍ବାରସ୍ଥ ହୋଇ ଲିଟୁ ମହାନ୍ତ ଓ ତାଙ୍କ ପରିବାର ବର୍ଗଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜାରି ରଖିଛି ।
ନୂଆଗାଁ ରେ ମହିଳାଙ୍କୁ ଅତ୍ୟାଚାର ନେଇ ଥାନାରେ ଅଭିଯୋଗ !!!

