ଚିନ୍ମୟ ଫାଉଣ୍ଡେସନର ୧୧୭୮ ଦିନର କରୋନା ସଚେତନତା, କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ ସହ ୪୭ତମ ସମୀକ୍ଷା ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାର ପ୍ରଭାବ କାଆଁ ଭାଆଁ ଚାରିଆଡ଼େ ଦେଖିବାକୁ ମିଳୁଛି। ଏହା ସମ୍ପୂର୍ଣ୍ଣ ଭାବରେ କରାୟତରେ ଥିଲେ ମଧ୍ୟ ସଂପୂର୍ଣ୍ଣ ଭାବରେ ବିନାଶ ହେବା ପର୍ଯ୍ୟନ୍ତ ଜନ ସଚେତନତା ସହ ଏହାର ପ୍ରାଥମିକ ନୀୟମ୍ ଗୁଡ଼ିକୁ ମାନି ଚଳିବାର ଆବଶ୍ୟକତା ରହିଛି। ଏହି ଉଦ୍ଦେଶ୍ୟରେ ଆଜକୁ ୧୧୭୮ ଦିନ ଧରି ନୀରବଚ୍ଛିନ୍ନ ପ୍ରକ୍ରିୟାରେ ସଚେତନତା ସହ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି। ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲ୍ ପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଜାରି ରହିଥିବା ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ସାଗର ମଲ୍ଲିକ, ସର୍ବେଶ୍ଵର ଜେନା ଆଦି ଫାଉଣ୍ଡେସନର ଦିନ ସଂଖ୍ୟା ୧୧୭୦ରୁ ୧୧୭୮ ପର୍ଯ୍ୟନ୍ତ ଦୀର୍ଘ ୯ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରଖିଥିବାର ଦେଖିବାକୁ ମିଳିଛି ।

ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା ବୈଠକ ହେଉଥିବା ବେଳେ ଫାଉଣ୍ଡେସନ ପକ୍ଷରୁ ୧୧୭୫ତମ ଦିବସର ୪୭ତମ ସମୀକ୍ଷା ବୈଠକ ଗତ ଶୁକ୍ରବାର ଦିନ ଦିବା ଦଶ ଘଟିକା ସମୟରେ ସ୍ଥାନୀୟ ଡଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସଂଚାଳକ ଭାବରେ ଡଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦେଶକ ମାଷ୍ଟର ମିହିର କୁମାର, ସମୀକ୍ଷକ ଭାବରେ ଶିକ୍ଷାବିତ୍ ଶୁଭଲକ୍ଷ୍ମୀ ଜେନା,ସୁଶ୍ରୀ ସଙ୍ଗୀତା ଦାଶ,ରୀନା ରାଣୀ ଜେନା, ଅନୁପମା ମଲ୍ଲିକ, ବର୍ଷାରାଣୀ ମାଝୀ, ନିଳୀମା ମଲ୍ଲିକ,ଶଶିକାନ୍ତ ପଣ୍ଡା ଆଦି ଯୋଗଦାନ କରି ସମଗ୍ର ଦେଶରୁ କରୋନାର ବିଲୋପ ହେବା ପର୍ଯ୍ୟନ୍ତ ଏହି ସଚେତନତା ଓ କୋଭିଡ୍ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବା ସହ ଦୈନିକ ଶପଥବଦ୍ଧ ଭାବରେ ମିଶନ୍ ଅମୃତ ହସ୍ତମ୍ ମାଧ୍ୟମରେ ରିଲିଫ ବିତରଣ କାର୍ଯ୍ୟ ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ। ସମୀକ୍ଷା ବୈଠକର ପ୍ରାରମ୍ଭିକ ପର୍ଯ୍ୟାୟରେ ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ରେଳ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କର ଅମର ଆତ୍ମାର ସଦ୍ଗତି ଓ ଆହତ ଯାତ୍ରୀଙ୍କର ଆଶୁ ଆରୋଗ୍ୟ ନିମନ୍ତେ ନୀରବ ପ୍ରାର୍ଥନା, ଶ୍ରଦ୍ଧାଞ୍ଜଳି ସଭା ଓ ଦୀପ ଦାନ ଆଦି କାର୍ଯ୍ୟକ୍ରମ କରାଯାଇଥିଲା ।

Leave a Reply

Your email address will not be published. Required fields are marked *