ମୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେପି ର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ଅନୁଷ୍ଠିତ !!!

Spread the love

ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ମୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେପି ର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ଅନୁଷ୍ଠିତ । ଆଗାମୀ ୨୦୨୪ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ନିର୍ବାଚନ ମଣ୍ଡଳୀ ର ଜିଲ୍ଲା ବିଜେପି ପକ୍ଷରୁ ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ନିଲମ୍ ଟକିଜ୍ ହଲ୍ ରେ ଏକ ସମ୍ମିଳନୀ ସଭା ଆୟୋଜିତ କରାଯାଇଥିଲା ।

ଉକ୍ତ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ତଥା ଜଳସମ୍ପଦ ମନ୍ତ୍ରୀ ଇଞ୍ଜିନିୟର ବିଶେଶ୍ୱର ଟୁଡୁ ଙ୍କ ସମେତ ରାଷ୍ଟ୍ରୀୟ ଜନଜାତି ସଂପାଦକ ସଞ୍ଜୟ ନିର୍ମଳ, ଜିଲ୍ଲା ବିଜେପି ସଭାପତି କାନ୍ଦ୍ରା ସରେନ୍, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ସରେନ୍ , ରାଜ୍ୟ ବିଜେପି ସହରାଞ୍ଚଳ କମିଟି ସଂଯୋଜକ ତଥା ମୋରଡା ବିଧାନ ସଭା ର ଆଶାୟୀ ପ୍ରାର୍ଥୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଓ ବିଜେପି ମହିଳା ମୋର୍ଚ୍ଚା ସଭାପତି ସରୋଜିନୀ କିସକୁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁଜାତା ମୁର୍ମୁ ଏବଂ ବିଭିନ୍ନ ଅଞ୍ଚଳର ବିଜେପି ତୁଙ୍ଗ ନେତାମାନେ ଉପସ୍ଥିତ ହୋଇ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ । ରାଜ୍ୟ ସରକାର ଙ୍କ ଅପାରଗତା ଦର୍ଶାଇ ଆଗାମୀ ନିର୍ବାଚନ ପାଇଁ ସଙ୍ଗଠନ କୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ତେବେ ଦେଖିବାକୁ ରହିଲା ଆଗାମୀ ନିର୍ବାଚନ ପାଇଁ ବିଜେପି କିପର ନିଜ ଦଳକୁ ମଜବୁତ କରି ରଣନୀତି ଅବଲମ୍ବନ କରୁଛି ।

Leave a Reply

Your email address will not be published. Required fields are marked *