ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆକ୍ସନ ମୁଡ଼ ରେ ଟାଙ୍ଗୀ ଓ ନାଚୁଣୀ ପୋଲିସ ! ଟାର୍ଗେଟ ରେ ମାଙ୍କଡ଼ା ପଥର ମାଫିଆ ! ଟାଙ୍ଗୀ ଅଞ୍ଚଳରେ ମାଙ୍କଡା ପଥର ଗାଡି ଜବତ ! କିଛି ଦିନର ନୀରବତା ପରେ ପୁଣି ପଥର ମାଫିଆ ହେଲେ ସକ୍ରିୟ । ରାତିରେ କାଟି ନେଉଛନ୍ତି ଶହ ଶହ ଟ୍ରିପ୍ ମାଙ୍କଡା ପଥର । ଫଳରେ ହାନି ହେଉଛି ରାଜସ୍ୱ । ଲୋକେ ହେଉଛନ୍ତି ହନ୍ତସନ୍ତ । ଏନେଇ ଲୋକେ ଜଣାଇବା ପରେ ଆକ୍ସନ ମୁଡ଼ ରେ ଟାଙ୍ଗୀ ଓ ନାଚୁଣୀ ପୋଲିସ ! ୪ ଟି ମାଙ୍କଡ଼ା ପଥର ବୋଝେଇ ଗାଡିକୁ ଟାଗିଂ ଥାନା ଧରିବା ସହିତ ନାଚୁଣୀ ଥାନା ଦୁଇଟି ଗାଡି ଜବତ କରିବାରେ ସକ୍ଷମ ହୋଇଛି । ଖୋର୍ଦ୍ଧା ଓ ନୟାଗଡ ଜିଲାର ସୀମାରେ ଥିବା ଶହ ଶହ ଏକର ଜମିରେ ପଥର ମାଫିଆ ମାନେ ଖଣି କରି କାଟି ନେଉଛନ୍ତି ମାଙ୍କଡା ପଥର । ଗତ କିଛି ଦିନ ତଳେ ରଣପୁର ତହସିଲ ପ୍ରଶାସନ ବେଆଇନ ଖଣିରେ ଚଢାଉ କରି ବହୁ ପଥର ଟ୍ରକ୍ ଜବତ କରିଥିଲେ । ଫଳରେ ପ୍ରଶାସନ ଭୟରେ ମାଫିଆ ମାନେ ଖଣି ଖୋଳିବା ବନ୍ଦ କରି ଦେଇଥିଲେ । ତେବେ ପ୍ରଶାସନ ର କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ମାଫିଆ ମାନେ ପୁଣି ଆରମ୍ଭ କରିଥିଲେ ଚୋରା କାରବାର । ପୋଲିସ୍ ଖବର ପାଇ ଚଢାଉ କରି ମାଙ୍କଡା ପଥର ବୋଝେଇ ଗାଡିକୁ ଜବତ କରିଛି ।
ଆକ୍ସନ ମୁଡ଼ ରେ ଟାଙ୍ଗୀ ଓ ନାଚୁଣୀ ପୋଲିସ : ଟାର୍ଗେଟ ରେ ପଥର ମାଫିଆ !!!

