ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକାରେ ପୁଣି ଘଟିଲା ଅଘଟଣ , ଜହ୍ନିକୁଦା ଘାଟରେ ବୁଡିଲା ଡଙ୍ଗା । ଜହ୍ନିକୁଦା ଘାଟରୁ ମହେଁଷା ଅଭିମୁଖେ ଯିବା ସମୟରେ ପ୍ରତାପ ଜାଲି ନାମକ ଜଣେ ନାବିକ ନିଜ ଡଙ୍ଗାରେ ବାଉଁଶ ଲଦି ଚିଲିକା ପାର ହେଉଥିଲେ ! ଚିଲିକାରେ କୌଣସି କାରଣ ବଶତଃ ବୁଡିଥିଲା ଡଙ୍ଗା । ଘାଟଠାରୁ ମାତ୍ର ୨୦୦ ମିଟର ଦୂରରେ ଡଙ୍ଗାଟି ସମ୍ପୂର୍ଣ ବୁଡିଯିବା ପରେ ସ୍ଥାନୀୟ ବାସିନ୍ଦା ଙ୍କ ଦ୍ଵାରା ଉଦ୍ଧାର ହୋଇଛନ୍ତି ଡଙ୍ଗା ଚାଳକ ପ୍ରତାପ ଜାଲି । ଡଙ୍ଗାଟି ଜହ୍ନିକୁଦାରୁ ମହେଁଷା ଗ୍ରାମ ଅଭିମୁଖେ ବାହାରିଥିଲା । ଡଙ୍ଗା ଏବଂ ମେସିନ ସମ୍ପୁର୍ଣ୍ଣ ରୁପେ ଚିଲିକାରେ ବୁଡି ଯାଇଥିବା ସୂଚନା ମିଳିଛି ।
ଚିଲିକାରେ ପୁଣି ଅଘଟଣ : ଜହ୍ନିକୁଦା ଘାଟରେ ବୁଡିଲା ଡଙ୍ଗା !!!

