ମନକୁ ଛୁଇଁଲା ଭଳି ଭଜନ ପରିବେଷଣ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଓଡିଆଙ୍କ ପ୍ରାଣ ଧନ ଚକା ନୟନ ଜଗତ ର ନାଥ ଜଗନ୍ନାଥଙ୍କ ଆଧାର ରେ ଓଡ଼ିଆ ଐତିହ୍ୟ ପରମ୍ପରା କୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟ ରେ ମନକୁ ଛୁଇଁଲା ଭଳି ଅନେକ ଭଜନ ପରିବେଷଣ ! ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ ସହିତ ଗଜଲ୍ ଛାୟାରେ ପ୍ରସ୍ତୁତ ସଙ୍ଗୀତ ଉପସ୍ଥାପନା ହୋଇଥିଲା ! ସମ୍ପୂର୍ଣ୍ଣ ଭାବେ ପୁରା ନିଆରା ଢଙ୍ଗରେ ଭିନ୍ନ ଭିନ୍ନ ସଙ୍ଗୀତ ଗଢା ହୋଇଛି ଯାହା ଦର୍ଶକ କେବେ ଶୁଣି ନଥିବେ ! ଗଜଲ୍ ର ବାସ୍ନା ପୂରା ଖେଳି ଯାଇଛି ସଂପୂର୍ଣ୍ଣ ଗୀତ ରେ ! ଯାହାକି ଥରୁଟିଏ ଶୁଣିଲେ ଦର୍ଶକ ବିମୋହିତ ହେବେ ! ଗୀତିକାର ରଶ୍ମିଲତା ବଳ ଯେଉଁ ଶଦ୍ଦ ସଂଗ୍ରହ କରିଛନ୍ତି , ଯାହାକୁ ଶୁଣିଲେ ମନରେ ଶିହରଣ ଖେଳି ଯାଉଛି ! କେତୋଟି ଶବ୍ଦ କୁ ସଜେଇ ଯେଉଁ ସୁନ୍ଦର ସଙ୍ଗୀତ ଉପସ୍ଥାପନ କରିଛନ୍ତି , ମହାପ୍ରଭୁ ଜଗନ୍ନାଥ ନିକଟରେ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ସୁସାହିତ୍ୟିକ ମଧୁସୂଦନ ଦାଶ , ଅତିରିକ୍ତ ଶାସନ ସଚିବ, ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଯୋଗଦେଇ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ । ଆକାଶବାଣୀର କାର୍ଯ୍ୟକ୍ରମ ନିଷ୍ପାଦକ ଓଡ଼ିଆ ଗୀତିକବି ସମାଜର ସଭାପତି ତଥା ବରିଷ୍ଠ ଗୀତିକାର ଶ୍ରୀଯୁକ୍ତ ଗୌର ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିଲେ ! ଗୀତ ଗୁଡ଼ିକୁ ସୁମଧୁର ଓ ସୁସଂଗତ ଭାବରେ ସଙ୍ଗୀତରେ ସଜାଇଛନ୍ତି ପ୍ରତିଭାବାନ ସଂଗୀତକାର ରାଜକିଶୋର ଗୋଛାୟତ ଏବଂ ପ୍ରଣବ ପଟ୍ଟନାୟକ । ବାଲେଶ୍ବର ଜିଲ୍ଲା ର ବାହାନଗା ରେଳ ଦୁର୍ଘଟଣା ରେ ଯେଉଁ ବ୍ୟକ୍ତି ପ୍ରାଣ ହରାଇଥିଲେ ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ! ଓଡ଼ିଆ ଗଜଲ୍ ଚ୍ୟାନେଲ ମାଧ୍ଯମ ରେ ସମସ୍ତ ସଙ୍ଗୀତ କୁ ମାନ୍ୟତା ପ୍ରଦାନ କରିବା ସହିତ ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ କରାଯାଇଥିଲା !

Leave a Reply

Your email address will not be published. Required fields are marked *