ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଗବପଦର ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଏକ ବିଷଧର ସାପ କାମୁଡାରେ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ବାଲୁଗାଁ ଗବପଦର ଗ୍ରାମର ହଟ କିଶୋର ଜାଲି (୫୫) ଗତ କାଲି ରାତିରେ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା । ସଙ୍ଗେ ସଙ୍ଗେ ହଟ କିଶୋର ଚିତ୍କାର କରିବାକୁ ଲାଗିଥିଲେ , ଘର ଲୋକ ଉଠି ଦେଖିବାକୁ ପାଇଥିଲେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଛି । ସଙ୍ଗେ ସଙ୍ଗେ ପରିବାର ଲୋକ ବିଳମ୍ବ ନକରି ଚିକିତ୍ସା ପାଇଁ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ବାଲୁଗାଁ ଗବପଦର ଗ୍ରାମରେ ବିଷଧର ସାପ କାମୁଡାରେ ଜଣଙ୍କ ମୃତ୍ୟୁ !!!

