ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚଳିତ ବର୍ଷ ରଜକୁ ସମସ୍ତେ ପିଠାପଣା ଓ ଭୋଜି ଭାତ କରି ସାଙ୍ଗ ସାଥୀ ମେଳରେ ଖୁସି ମନାଉଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ସୋରଣ ସ୍ଥିତ ଭଗବତୀ ବିଦ୍ୟାପୀଠର ୨୦୦୦ ମସିହା ମାଟ୍ରିକ ବ୍ୟାଚର ଛାତ୍ର ଛାତ୍ରୀ ନିଆରା ଢଙ୍ଗରେ ପାଳିଲେ ରଜପର୍ବ । ନିଜ ପ୍ରିୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରି ପୁଷ୍ପ ଗୁଛ ଓ ଉପଢୌକନ ପ୍ରଦାନ କରିବା ସହ ଗୁରୁ ପୂଜନ ଉତ୍ସବ ପାଳନ କରିଥିଲେ । ଚିଲିକା ବ୍ଲକ୍ ବିରିବାଡି ସ୍ଥିତ ମା ରତ୍ନମାଳୀଙ୍କ ପୀଠରେ ଗୁରୁ ପୂଜନ ଉତ୍ସବ ପାଳନ ପାଳିତ ହୋଇଯାଇଛି । ପୂରାତନ ଛାତ୍ର ଅଂଚଳକେଶ୍ୱର ଛୁଆଳସିଂହଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ୨୦୦୦ ମସିହା ମାଟ୍ରିକ ବ୍ୟାଚର ଛାତ୍ର ଛାତ୍ରୀ ନିଜ ପ୍ରିୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରି ପୁଷ୍ପ ଗୁଛ ଓ ଉପଢୌକନ ପ୍ରଦାନ କରିବା ସହ ଗୁରୁ ପୂଜନ ଉତ୍ସବ ପାଳନ କରିଥିଲେ । ଏହା ସହ ବିଦ୍ୟାଳୟ ର ଅନେକ ସ୍ମୃତିକୁ ସ୍ମରଣ କରିବା ସହ ପିଲା ଦିନର ଅନେକ କଥା ଓ ବ୍ୟଥା କୁ ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ କରିଥିଲେ । ସେତେବେଳର ପ୍ରଧାନ ଶିକ୍ଷକ ପବିତ୍ର ସ୍ୱାଇଁଙ୍କ ସମେତ ବିଜୟ ସାର୍, ମହାକୁଡ ସାର୍, ରଘୁନାଥ ସାର୍, ଗୌରାଙ୍ଗ ସାର୍, ଭିକାରୀ ସାର୍ ଉପସ୍ଥିତ ରହି ପିଲାମାନଙ୍କ ଉତ୍ସାହ ଓ ସ୍ନେହ ଶ୍ରଦ୍ଧାରେ ଭାବ ବିହ୍ଵଳ ହୋଇ ଯାଇଥିଲେ । ଉକ୍ତ ବନ୍ଧୁ ମିଳନ ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କ ସହ ସେମାନଙ୍କ ପରିବାରବର୍ଗ ସାମିଲ ହୋଇଥିଲେ । ଉକ୍ତ ଉତ୍ସବରେ ଦିଲ୍ଲୀପ ସାହୁ, ପ୍ରଦୀପ ପ୍ରଧାନ, ମନୋଜ ଚମ୍ପତି, ବିଶ୍ୱଜିତ୍ ସାହୁ , ସୁବାସ ସାହୁ, ସୁନିଲ ପାତ୍ର, ଶିବ ପ୍ରସାଦ ପାତ୍ର, ଦୀପକ ପାଇକରାୟ ଗଦାଧର ଛୁଆଳସିଂହ, ଯୁଧିଷ୍ଠର ପ୍ରଧାନ, କୈଳାସ ବେହେରା, ଦୀପକ ପାଇକରାୟ, କୃଷ୍ଠଚନ୍ଦ୍ର ପାଇକରାୟ, ରଞ୍ଜିତା ଦଳାଇ, ବନିତା ପ୍ରଧାନ, ଜ୍ୟୋତ୍ସ୍ନାମୟୀ ଚମ୍ପତି, ନମିତା ପାତ୍ର ଙ୍କ ସମେତ ସମସ୍ତ ପୂରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଆଗମୀ ଦିନରେ ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ ।
ଚିଲିକାରେ ନିଆରା ଢଙ୍ଗରେ ରଜପର୍ବ ପାଳିଲେ ୨୦୦୦ ମସିହା ମାଟ୍ରିକ ବ୍ୟାଚର ଛାତ୍ର ଛାତ୍ରୀ !!!

