ମହିଳା ସଂଗଠନ ଆକାଂକ୍ଷା ତରଫରୁ ରଜ ଉତ୍ସବ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ତରଫରୁ ରଜ ଉତ୍ସବ ପାଳିତ ହେବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରଜ ଦୋଳି ର ସୁନ୍ଦର ଆୟୋଜନ କରାଯାଇଥିଲା। ଏଥିରେ ଦୋଳ ବନ୍ଧ କମିଟି ର ସଦସ୍ୟ ବୃନ୍ଦ ଓ ପଥଚାରୀ ମାନେ ଆଗ୍ରହ ର ସହିତ ରଜ ଉତ୍ସବ ର ମଜା ନେଇ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ, ଉପଦେଷ୍ଟା ଡଃ କଲ୍ୟାଣୀ ମିଶ୍ର, ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ପରିଚାଳନା କରିଥିଲେ। ଏଥିରେ କୁନି କୁନି ଶିଶୁ ଓ କିଶୋରୀ ଝିଅ ମାନଙ୍କୁ ମେହେନ୍ଦି, ଅଳତା ଲଗାଇ ସଜେଇ ଦିଆଯାଇଥିଲା। ଏହି ଉତ୍ସବ ର ମୁଖ୍ୟ ଆକର୍ଷଣ ଥିଲା -ପୋଡପିଠା, ଗଜା, କାକରା, ଲଡୁ, ଆରିସା ଓ ଅନ୍ୟାନ୍ୟ ମିଠା ସହିତ ରଜ ପାନ। ଦର୍ଶକଙ୍କୁ ଶୀତଳ ପାନୀୟ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆକାଂକ୍ଷା ଅନୁଷ୍ଠାନ ର ସଦସ୍ୟ ସରିତା ପାଣିଗ୍ରାହୀ, ଅନୀତା ସାହୁ , ଛନ୍ଦା ଟହଲ, ମମତା ପାତ୍ର, ଉଷାରାଣୀ ବାରିକ, ଲୁନା କୁମାରୀ ଓ ସୁନୀତା ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *