କଇଁମୁଣ୍ଡି ମହାନଦୀ ପଠାରେ ଫସି ରହିଛନ୍ତି ହାତୀ ପଲ : ଲୋକେ ଆତଙ୍କିତ !!!

0
294

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଉପଖଣ୍ଡ କଇଁମୁଣ୍ଡି ମହାନଦୀ ପଠାରେ ଫସିଗଲେ ହାତୀ ପଲ । ମହାନଦୀ ପଠାରେ ହାତୀପଲ ଫସି ରହିବା ଘଟଣା ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଦେଖାଯାଇଛି । ମହାନଦୀ ମଝିରେ ଫସି ରହିଛନ୍ତି ହାତୀ ପଲ । ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ କଇଁମୁଣ୍ଡି ନିକଟରେ ମହାନଦୀ ପଠାରେ ହାତୀ ପଲ ଫସି ରହିଥିବାର ସ୍ଥାନୀୟ ଲୋକେ ଦେଖି ଭଗିପୁର ବନ ବିଭାଗକୁ ଖବର ଦେଇଥିଲେ । ଜଙ୍ଗଲି ହାତୀ ପଲ ସ୍ଥାନୀୟ ମାଛ ଧରାଳି ମାନଙ୍କ ୨ଟି ଛୋଟ ଡଙ୍ଗା ଭାଙ୍ଗି ଦେଇଥିବା ଜଣାପଡିଛି । ଆଠଗଡ଼ ସୁକାସନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଫେରୁଥିବା ବେଳେ ଘନ କୁହୁଡି ଯୋଗୁଁ ହାତୀମାନେ ଫସି ଯାଇଥିବା ଆଶଙ୍କା କରାଯାଉଛି । ଗତ ଏକ ସପ୍ତାହ ତଳେ ଅନ୍ୟଏକ ହାତୀ ପଲ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ସୃଷ୍ଟି କରି ଲକ୍ଷାଧିକ ଟଙ୍କାର ପନିପରିବା ଫସଲ ନଷ୍ଟ କରିଥିବା ହେତୁ ସ୍ଥାନୀୟ ଚାଷୀ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନପାଳ ସଂଜୟ କୁମାର ବେହେରାଙ୍କ ତତ୍ୱାବଧାନରେ ବନଖଣ୍ଡ କର୍ମଚାରୀମାନେ ହାତୀଙ୍କ ଗତିବିଧି ଉପରେ ତିକ୍ଷ୍ନ ନଜର ରଖି ଜଗି ବସିଥିବା ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here