ଟିମ୍ ୪୯୯ ଓଡ଼ିଶା – ଖୋର୍ଦ୍ଧା ଜିଲ୍ଲା ଶାଖା ମିଳିତ ଆନୁକୁଲ୍ୟରେ ବାଲୁଗାଁ ଠାରେ ଆୟୋଜିତ ହେବ ରକ୍ତଦାନ ଶିବିର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆସନ୍ତା କାଲି ୪୯୯ ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ଓ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ବାଲୁଗାଁ ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ବାଲୁଗାଁ ବାଣପୁର ଚିଲିକା ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଟିମ୍ ୪୯୯ ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ଓ ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ବାଲୁଗାଁ ଏଲ.ଆଇ.ସି ଅଫିସ ନିକଟସ୍ଥ ଶିବ ଜ୍ୟୋତି ଧାମ ପରିସରରେ ସୋମବାର ଦିନ ସକାଳ ୯ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତୁ ଆମେ ମିଳି ମିଶି ରକ୍ତ ଦେବା ! ଆମ ରକ୍ତରେ କିଛି ଲୋକଙ୍କ ଜୀବନ ବଞ୍ଚେଇ ଦେବା । ଉକ୍ତ କାର୍ଯ୍ୟରେ ଯୋଗଦେଇ ରକ୍ତଦାନ କରିବା ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ସାଧାରଣଙ୍କୁ ଟିମ୍ ୪୯୯ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ସଭାପତି ଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *