ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ମା ଆଙ୍କୁଲେଇଶ୍ୱରୀଙ୍କ ପୀଠରେ ୪ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ ଆଜି ସମାପନ ହୋଇଯାଇଛି I ପ୍ରଥମ ଦିନ ଶୁକ୍ରବାର ଅଙ୍କୁରାରୋପଣ ହୋଇଥିବା ବେଳେ ଶନିବାର ଦିନ କଳସ ଶୋଭାଯାତ୍ରା, ନଗର ପରିକ୍ରମା କର୍ମ ଆରମ୍ଭ ସୂର୍ଯ୍ୟପୂଜା ଓ ଆହୁତି ପ୍ରଦାନ ହୋଇଥିଲା । ରବିବାର ସୂର୍ଯ୍ୟପୂଜା ଓ ଆହୁତି ପ୍ରଦାନ ସୋମବାର ଦିନ ପୂର୍ଣ୍ଣାହୁତି ହୋଇଥିଲା I ଉକ୍ତ ଯଜ୍ଞରେ ପଣ୍ଡିତ ବିକାଶ କୁମାର ଦାସ, ବିଷ୍ଣୁପ୍ରସାଦ ମିଶ୍ର, ସତ୍ୟନାରାୟଣ ସାମନ୍ତରାୟ, ଗୌରୀଶଙ୍କର ଦାସ, ପିଣ୍ଠୁନାରାୟଣ ଦାସ ସାମିଲ ହୋଇଥିଲେ । ଉକ୍ତ ସମସ୍ତ କାର୍ଯ୍ୟକୁ ଗମ୍ଭାରୀମୁଣ୍ଡା ଗ୍ରାମବାସୀ ସହଯୋଗ କରିବା ସହିତ ପରିଚାଳନା କରିଥିଲେ। ଶେଷଦିନ ଅବସରରେ ଯଜ୍ଞ ପୂର୍ଣ୍ଣାହୁତି ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା ।।