ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟ ର +୩ ଫାଇନାଲ ୟୁଜି ଓ ପିଜି ର ଫଳ ପ୍ରକାଶ ପାଇଛି ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁରେଶ କୁମାରପ୍ରଧାନ ଏବଂ ପରୀକ୍ଷା ନିୟନ୍ତ୍ରକ ଡ.ଜାନକୀ ନାଥ ଦାଶଙ୍କ ଉପସ୍ଥିତ ରହି ପରୀକ୍ଷା ଫଳ ପ୍ରକାଶ କରିବା ସହ କୃତ୍ତି ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।କୃତ୍ତିଛାତ୍ରୀ ଭିତରେ ବିଜ୍ଞାନ ରେ ରୋଜାଲିନ ଦାସ, କଳା ସଂସ୍କୃତ ବିଭାଗରେ ଛାତ୍ରୀ ରତ୍ନପ୍ରଭା ମହାପାତ୍ର , ଓ ବାଣିଜ୍ୟ ରେ ସିଟୁ ବେହେରା ଟପର ହୋଇଛନ୍ତି। ୟୁଜିରେ ୯୪.୬୯% ପ୍ରତିଶତ ଓ ପିଜିରେ୯୭.୨୯% ପ୍ରତିଶତ ରେଜଲ୍ଟ ହୋଇଥିବାସୂଚନା ମିଳିଛି । ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ମୋଟ ୬୨୨ ଛାତ୍ରଛାତ୍ରୀ ୟୁଜି ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫୫୩ ଜଣ ପ୍ରଥମ ଶ୍ରେଣୀ ଓ ୩୬ ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ! ସେମାନଙ୍କ ମଧ୍ୟରେ ୩୩୪ ଡିଷ୍ଟିନେସନ୍ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ମହାବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଚଳିତ ବର୍ଷ କଳାରେ ୨୦୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୯୬ ଜଣ ପାସ ଓ ୧୨ ଜଣ ଫେଲ ହୋଇଛନ୍ତି । ୯୪.୨୩ %ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୪ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି । ୫୯ ଜଣ କେବଳ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୩୩ ଡିଷ୍ଟିନେସନ୍ ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାଣିଜ୍ୟରେ ୯୧.୯୪ %ପ୍ରତିଶତ ରେଜଲ୍ଟ ହୋଇଥିବାବେଳେ ୧୨୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୪ ଜଣ ପାସ ଓ ୧୦ ଜଣ ଫେଲହୋଇଛନ୍ତି । ୩୦ ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୨୫ ଜଣ ପ୍ରଥମ ଶ୍ରେଣୀ ୫୯ ଜଣ ଡିଷ୍ଟିନେସନ୍ ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ଭାବେ ବିଜ୍ଞାନରେ ୯୬.୨୧ %ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୨୯୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧ ଜଣ ଫେଲ
ହୋଇଛନ୍ତି । ୧୪୨ ଜଣ ଡିଷ୍ଟିନେସନ୍ ସହ ପ୍ରଥମ, ୧୩୫ ଜଣ ପ୍ରଥମ ଶ୍ରେଣୀରେ, ୨ ଜଣ ଦ୍ବିତୀୟ ଶ୍ରେଣୀରେ ପାସ ହୋଇଛନ୍ତି । ସେହିଭଳି ଭାବେ ପିଜି ପରୀକ୍ଷାରେ ୯୭.୨୯ %ପ୍ରତିଶତ ରେଜଲ୍ଟ ଏସଏସଡବ୍ଲ୍ୟୁ ବିଭାଗରେ ୧୬ ଜଣ ପରୀକ୍ଷାର୍ଥୀ, ଓଡ଼ିଆରେ ୧୬ ଜଣ ଓ ଏମକମ ରେ ୫ ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ସମସ୍ତେ ୩୬ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଏବଂ ଜଣେ ଫେଲ୍ ହୋଇଥିବା ସୂଚନା ମିଳିଛି । ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ବଂଶୀଧର ରାଉତ, ବ୍ରଜବନ୍ଧୁ ବେହେରା, ଡ.ପ୍ରଦୀପ୍ତ କୁମାର ଆଚାର୍ଯ୍ୟ, ଡ.ଲକ୍ଷ୍ମୀଧର ସାହୁ, ଅଶ୍ବିନ କୁମାର ନାୟକ, ଡ.ବିପିନ କୁମାର ପଟ୍ଟନାୟକ ଓ ଅଧ୍ୟାପକ ଗଣେଷ ମିଶ୍ର
ପ୍ରମୁଖ ଉପସ୍ଥିତ ରହିଥିଲେ ।