ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଧିନସ୍ଥ ଆଇ ଏନ୍ ଏସ୍ ଚିଲିକା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ସୋମବାର ନୂଆ କରି ନାମ ଲେଖାଇଥିବା ପ୍ରଥମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ଅତିଥି ରୂପେ ପ୍ରଥମ ଶ୍ରେଣୀ ର ସମସ୍ତ ଅଭିଭାବକ ଯୋଗ ଦେଇଥିଲେ । ବିଦ୍ୟାଳୟ ର ପ୍ରଧାନ ଅଧ୍ୟାପକ ଶ୍ରୀ ଦିବ୍ୟ ସ୍ଵରୂପ ମହାନ୍ତି ଙ୍କ ସ୍ବାଗତ ସମ୍ଭାଷଣ ଦ୍ଵାରା ଆରମ୍ଭ କରାଯାଇଥିବା କାର୍ଯକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଗତ କରିବା ପାଇଁ ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ପିଲାମାନଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ବିଦ୍ୟାଳୟ ତରଫରୁ ଛାତ୍ର ଛାତ୍ରୀ ମାନଙ୍କୁ ଉପହାର ବଣ୍ଟନ କରିବା ସହ ପ୍ରାଚାର୍ଯ୍ୟ ଶ୍ରୀ ସୁବ୍ରତ କୁମାର ବଳିଆରସିଂହ ସେମାନଙ୍କର ସାମଗ୍ରିକ ବିକାଶ ପାଇଁ ବିଦ୍ୟାଳୟ ତରଫରୁ ନିଆଯାଉଥିବା ପଦକ୍ଷେପ ଗୁଡ଼ିକ ଉପରେ ନିଜ ଅଭିଭାଷଣ ମାଧ୍ୟମରେ ଆଲୋକପାତ କରିଥିଲେ । ଶ୍ରୀ ମହାନ୍ତି ପାଠ୍ୟକ୍ରମ, ପରୀକ୍ଷା ପଦ୍ଧତି, ୟୁନିଫର୍ମ, ସହ ପାଠ୍ୟକ୍ରମ ଗତିବିଧି ଇତ୍ୟାଦି ସମ୍ବନ୍ଧ ରେ ଚର୍ଚ୍ଚା କରିଥିଲେ ଏବଂ ଅଭିଭାବକ ମାନଙ୍କର ପ୍ରଶ୍ନ ର ଉତ୍ତର ରଖିଥିଲେ। ପରିଶେଷରେ ପ୍ରାଥମିକ ଶିକ୍ଷକ ଶ୍ରୀ ଚିନ୍ମୟ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ଏହି କାର୍ଯକ୍ରମ ରେ ଅଂଶଗ୍ରହଣ କରିବା ସହ ବିଦ୍ୟାଳୟ ର ଭିତ୍ତିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥା ଭ୍ରମଣ କରି ଦେଖିଥିଲେ । ଅଭିଭାବକ ମାନେ ପ୍ରଥମ ଶ୍ରେଣୀ ର ବିଷୟ ଅଧ୍ୟାପକ ମାନଙ୍କ ସହ ବାର୍ତ୍ତାଳାପ କରିବା ସହ ବିଦ୍ୟାଳୟ ତରଫରୁ ଆୟୋଜିତ ‘ମାଇଁ ଫଷ୍ଟ ଡେ ଏଟ ସ୍କୁଲ ‘ ଶୀର୍ଷକ ସେଲ୍ଫି ପଏଣ୍ଟ ରେ ସେଲ୍ଫି ନେବା ନଜର ଆସିଥିଲା ।
ଆଇ ଏନ୍ ଏସ୍ ଚିଲିକା କେନ୍ଦ୍ରୀୟ ବିଦ୍ୟାଳୟ ରେ ପ୍ରବେଶ ଉତ୍ସଵ ଅନୁଷ୍ଠିତ !!!

