ବର୍ଷା ଅନୁଭବ ବିବାଦ ମାମଲା ! ମହିଳା କମିଶନରେ ହାଜର ହେଲେ ବର୍ଷା !!

0
198

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚଳଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦ ମାମଲା ରେ ଆସିବାରେ ଲାଗିଛି ନୂଆ ନୂଆ ଅପଡେଟ . ଘଟଣାକୁ ନେଇ ମହିଳା କମିଶନରେ ହାଜର ହେଲେ ବର୍ଷା । ନିଜ ଅଭିଯୋଗ ସମ୍ପର୍କରେ ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଅନୁଭବ, ତାଙ୍କ ବାପା ଓ ମାଆଙ୍କୁ ହାଜିରା ହେବା ପାଇଁ ନୋଟିସ କରାଯାଇଥିଲା । ଆଜି ମହିଳା କମିଶନରଙ୍କ କାର୍ଯ୍ୟାଳୟରେ ଉଭୟ ପକ୍ଷଙ୍କ ଶୁଣାଣି ରହିଛି । ତେବେ ଅଭିନେତ୍ରୀ ବର୍ଷା ଆସି ପହଂଚି ଥିବା ବେଳେ ଅନୁଭବ , ତାଙ୍କ ବାପା ଓ ମା ପହଞ୍ଚିନାହାନ୍ତି . ସୂଚନାଯୋଗ୍ୟ ଯେ , ବର୍ଷା ଅନୁଭବ ଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ ।

LEAVE A REPLY

Please enter your comment!
Please enter your name here