ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବାଇକ ରେ ଭ୍ରମଣ କରିବା ଲକ୍ଷ୍ୟ ରଖିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ର କିଛି ଯୁବକ ! ଗତ କିଛି ମାସ ତଳେ ଏହି ଯୁବକ ମାନେ ପ୍ରଥମ ପର୍ଯ୍ୟାୟ ରେ ଉମରକୋଟ ରୁ ବାଇକ ରେ ବାହାରି 9 ଟି ରାଜ୍ୟ ଭ୍ରମଣ କରି ଲଦାଖ ପର୍ଯ୍ୟନ୍ତ ଯାଇ ଫେରିଥିଲେ ! ପୁଣି ଠାରେ ଉମରକୋଟ ର ଗୌରବ ବରମନ, ଯତୀନ କୁମାର ପଟନାୟକ, ବିନୟ ମଣ୍ଡଲ, ନାନୁ ପାଣିଗ୍ରାହୀ, ଭାଗୀ, କାଳୁ, ଜେମ୍ସ ବର୍ଷା ପଟନାୟକ ଏକତ୍ର ହୋଇ 7 ଟି ବାଇକ ରେ ଉମରକୋଟ ନୂତନ ବସଷ୍ଟାଣ୍ଡ ରୁ ବାହାରି ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ କେରଳ ଏହି 6 ଟି ରାଜ୍ୟ ଭ୍ରମଣ କରିବାର ଲକ୍ଷ୍ୟ ରଖିଛନ୍ତି ! ବାଇକ ରେ ସାରା ଦେଶ ଭ୍ରମଣ ର ମୁଖ୍ୟ ଲକ୍ଷ୍ୟ ହେଲା ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ! ସରକାର ଙ୍କ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କୁ ସମର୍ଥନ କରି କୋରାପୁଟିଆ ଭାଷାରେ ଉମରକୋଟ ସହର ର ଯୁବକ ମାନେ ଏକ ସଙ୍ଘ ନିର୍ମାଣ କରିଛନ୍ତି ! ଉକ୍ତ ସଙ୍ଘ ର ନାମ କୋରାପୁଟିଆ ଭାଷାରେ ଜରିବେଟୁ ସଙ୍ଘ ! କିଛି ଯୁବକ ଅଞ୍ଚଳର ଅଳିଆ ଆବର୍ଜନା ଓ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସଂଜୀବ ସୁବୁଦ୍ଧି, ଆବାସ ସୁଫି, ସୁନୀଲ ଯାଦବ, ଏମ ଅବିନାଶ, ଜେନୁଲ ଶେଖ, କାଳୁ ପାହାଡି, ଏମ ପେଣ୍ଡରା ରାଓ ପ୍ରମୁଖ ଯୋଗ ଦେଇ ନଡ଼ିଆ ଭାଙ୍ଗି ଭାରତ ପରିକ୍ରମା ର ଦ୍ଵିତୀୟ ପର୍ଯ୍ୟାୟ କୁ ହରି ଝଣ୍ଡି ଦେଖାଇଥିଲେ !