ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହର ସ୍ଥିତ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ 74 ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ପାରଳାଖେମୁଣ୍ଡି ବନାଞ୍ଚଳ ଠାରୁ ପାଇଥିବା ବହୁ ମୂଲ୍ୟବାନ ଗଛ ଗୁଡିକର ଚାରା ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକ ରୋପଣ କରିଛନ୍ତି ! ଭାରପ୍ରାପ୍ତ ଆ. ଇ. ପି ସୁରେନ୍ଦ୍ର ପାତ୍ର ଓ ଭାରତ ସ୍କାଉଟ୍ସ ଓ ଗାଇଡ଼ସ ମାଷ୍ଟେର ମାନଙ୍କ ସହାୟତା ରେ ଏହି ଚାରା ରୋପଣ କାର୍ଯ୍ୟକ୍ରମ କରାଯାଇଛି | ଏହି ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସେକ୍ସନ ଅଫିସର ଗାମିଏଲ ରଇତ, ସି. ଏଚ ବଇଣକୁଣ୍ଠ ରାଓ,ଦୁର୍ଗା ମାଧବ ପାଢ଼ୀ, ସନ୍ଧ୍ୟାରାଣୀ ଦାସ ପ୍ରମୁଖ ସହଯୋଗ କରିଥିଲେ |
ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଵୃକ୍ଷ ରୋପଣ !!!

