ବାଣପୁର ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ : ପ୍ରଚୁର ପରିମାଣ ରେ ଦେଶୀମଦ ଜବତ , ୪ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ପ୍ରଚୁର ପରିମାଣ ରେ ଦେଶୀମଦ ଜବତ କରିବା ସହିତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ! ଟାଙ୍ଗୀ ଥାନା ଅଞ୍ଚଳର ମଧ୍ୟ ଜଣେ ଅଭିଯୁକ୍ତ କୁ ଗିରଫ କରିଛି ଅବକାରୀ ବିଭାଗ । ଚିଲିକା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦେଶୀ ମଦବ୍ୟବସାୟ କରୁଥିବା ନିଶା ମାଫିଆ ମାନଙ୍କୁ ଗିରଫ କରିଲେ ମଧ୍ୟ ଅଭିଯୁକ୍ତ ମାନେ ସୁଧୁରିବାରେ ନାଁ ଧରୁ ନାହାନ୍ତି। ଆଜି ଅପରାହ୍ନ ସମୟରେ ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳର ବିଭିନ୍ନ ଗ୍ରାମ ମାନଙ୍କରେ ଚଢ଼ାଉ କରି ୪ ଜଣ ଅଭିଯୁକ୍ତ ଉତ୍ତମ ଶବର, କାଳିଆ ପ୍ରଧାନ, ରାମ ଶବର, ଗଣପତି ପ୍ରଧାନ ଓ ଟାଙ୍ଗୀ ଥାନା ଅଞ୍ଚଳର ନୀଳମଣି ବେହେରା ଙ୍କୁ ଗିରଫ କରିବା ସହ ସମସ୍ତଙ୍କ ନିକଟରୁ ପ୍ରଚୁର ପରିମାଣର ଦେଶୀ ମଦ ଜବତ କରାଯାଇଛି ! ସମସ୍ତଙ୍କ ବିରୁଦ୍ଧରେ ଅବକାରୀ ଥାନାରେ ୫ ଗୋଟି ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର ସୂଚନା ଦେଇଛନ୍ତି । ଉକ୍ତ ଚଢ଼ାଉ ରେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର, ନୀଳାଦ୍ରି ବିହାରୀ ମିଶ୍ର, କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏସଆଇ ରଜନୀ ମିଞ୍ଜ ଓ ଅବକାରୀ କର୍ମଚାରୀ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *