ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ବ୍ଲକ ର ପୂର୍ବତନ ଜିପିଓ ସତ୍ୟନାରାୟଣ ଭୋଇଙ୍କ ଆଜି ସକାଳୁ ପରଲୋକ ଘଟିଛି । ଶ୍ରୀଯୁକ୍ତ ଭୋଈ ଦୁର୍ଘଟଣା ଗ୍ରସ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ l ସୂଚନାନୁସାରେ, ନୟାଗଡ଼ ସଦର ବ୍ଲକର ପୂର୍ବତନ ଜିପିଓ ସତ୍ୟନାରାୟଣ ଭୋଇ ଅଫିସ କାମ ସାରି ଘରକୁ ଫେରୁଥିବା ବେଳେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଏକ ଲାଲ କଲରର ବୋଲେରୋ ଧକ୍କା ଦେଇଥିଲା l ଯାହାଫଳରେ ଦୁର୍ଘଟଣା ଗ୍ରସ୍ତ ହୋଇ ଦୀର୍ଘ ଏକ ମାସ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଥିବା ବେଳେ ଆଜି ସକାଳୁ ତାଙ୍କର ପରଲୋକ ଘଟିଛି l ଶ୍ରୀଯୁକ୍ତ ଭୋଇ ଜଣେ କର୍ମ ତତ୍ପର, ମେଳାପି ଓ ପରୋପକାରୀ ବ୍ୟକ୍ତି ଥିଲେ ! ତେଣୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଶ୍ରୀଯୁକ୍ତ ଭୋଇଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ତାଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲାର ପିଇଓ ସଂଘର ପୂର୍ବତନ ସଭାପତି ପ୍ରକାଶ ଦାସ ଓ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଗଗନ ବିହାରୀ ମିଶ୍ର ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି l
ପରଲୋକରେ ନୟାଗଡ଼ ବ୍ଲକ ର ପୂର୍ବତନ ଜିପିଓ ସତ୍ୟନାରାୟଣ ଭୋଇ !!!

