ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ ଚିଲିକା ରିପୋର୍ଟର ଆସୋସିଏସନ ପକ୍ଷରୁ ବାଣପୁର ଥାନାର ନୂତନ ଥାନା ଅଧିକାରୀ ଭାବେ ଯୋଗଦେଇ ଥିବା ରମେଶ କୁମାର ଦେବତା ଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ସ୍ବାଗତ ସମ୍ୱର୍ଦ୍ଧନା ଜଣାଯାଇଛି ! ଚିଲିକା ରିପୋର୍ଟର ଆସୋସିଏସନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ବାଣପୁର ଅଞ୍ଚଳର ଟ୍ରାଫିକ ସମସ୍ୟାର ସମାଧାନ, ନିଶାଦ୍ରବ୍ୟ କାରବାର ଉପରେ କଟକଣା ଲଗେଇବା ଏବଂ ବିକଟାଳ ଶବ୍ଦ ଏବଂ ଦ୍ରୁତ ବାଇକ୍ ଚାଳକଙ୍କ ଉପରେ କିପରି କାର୍ଯ୍ୟନୁଷ୍ଠାନ ନିଆଯିବ ସେ ସମ୍ପର୍କରେ ଥାନା ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ ।

ଏଥିରେ ଚିଲିକା ରିପୋର୍ଟର ଆସୋସିଏସନ ସଭାପତି ସୁନିଲ ସୁବୁଦ୍ଧି, ସମ୍ପାଦକ ଅମିତାଭ ପଟଯୋଶି ଙ୍କ ସମେତ ବରିଷ୍ଠ ସାମ୍ବାଦିକ ଅନନ୍ତ ଚରଣ ବାରିକ, ପ୍ରବୋଧ ବିଶ୍ଵାଳ, ରାକେଶ ସାହୁ, ସନ୍ତୋଷ ମହାନ୍ତି, ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ ।

