ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବିଭିନ୍ନ ଘରୋଇ ଚିକିତ୍ସାଳୟ କୁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପରିଦର୍ଶନ କରିଥିବାର ଜଣାପଡିଛି । ଜିଲ୍ଲାପାଳ ଶ୍ରୀ ପ୍ରଧାନ ଏହି ପରିଦର୍ଶନ ସମୟରେ ମୁଖ୍ୟ କରି ବିଏସକେୱାଇ କାର୍ଡର ଉପଯୋଗ ସମ୍ପର୍କରେ ପଚାରି ବୁଝିଥିଲେ । ଏହା ସହ ଚିକିତ୍ସା ସମ୍ପର୍କିତ ତଥ୍ୟ ମଧ୍ୟ ପଚାରି ବୁଝିଥିଲେ । ସହରର ରବି କ୍ଲିନିକ୍ ଓ ଏନଭି ରାମାରାଓ କ୍ଲିନିକକୁ ଯାଇ ଡାକ୍ତର ରବି କୁମାର ଏବଂ ଏନ୍.ଭି.ରାମାରାଓଙ୍କ ସହ ଆଲୋଚନା କରିଥିବାର ଜଣାପଡିଛି ।