ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖବର ପ୍ରସାରଣ କରିବା ସାମ୍ବାଦିକଙ୍କୁ ମହଙ୍ଗା ପଡିଛି । ଅର୍ଗସ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ତେବେ ଗୁରୁତର ହେବାରୁ ସାମ୍ବାଦିକ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ଅର୍ଗସ ପ୍ରତିନିଧି ବିକ୍ରମ କେଶରୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ସୂଚନା ଅନୁଯାୟୀ, କୋଭିଡ୍ କଟକଣା ସମୟରେ ଟାଙ୍ଗୀ ଥାନା ଅଞ୍ଚଳର ଏକ ଘରୋଇ କୋଚିଂ ସେଣ୍ଟର ନିୟମ ଉଲ୍ଲଂଘନ କରୁଥିବାର ଅଭିଯୋଗ ହେଉଥିଲା । ଏହାକୁ ନେଇ ସାମ୍ବାଦିକ ବିକ୍ରମ କେଶରୀ ସାହୁ ଖବର ପ୍ରସାରଣ କରିଥିଲେ । କିନ୍ତୁ ଆଜି ସମ୍ବାଦିକ ଜଣକ ଚିକିତ୍ସିତ ହେବା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ଏହାର ସୁଯୋଗ ନେଇ ପୂର୍ବରୁ ରାଗ ରଖିଥିବା କିଛି ଯୁବକ ସାମ୍ବାଦିକ ବିକ୍ରମଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଖବର ପାଇ ମେଡିକାଲରେ ପୁଲିସ ଟିମ୍ ପହଞ୍ଚିଥିଲା । ସେଠାରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇ ଯାଇଛନ୍ତି । ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ କଲେଜ ଅଧ୍ୟାପକ ଥିବା ବେଳେ ଜଣେ ସ୍କୁଲ ଶିକ୍ଷକ ହୋଇଥିବା ଜଣାପଡିଛି । ସେମାନଙ୍କ ବିରୋଧରେ କେସ ନଂ ୨୩୫ / ୨୨ ରେ ମାମଲା ରୁଜ୍ଜୁ କରି ଟାଙ୍ଗୀ ପୋଲିସ ତଦନ୍ତ ଜାରି ରଖିଛି ।
ଟାଙ୍ଗୀ ବ୍ଲକରେ ଅର୍ଗସ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ : ୪ ଅଭିଯୁକ୍ତ ଗିରଫ !!!

