ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଖୋର୍ଦ୍ଧା ରେ ପ୍ରଶାନ୍ତ ଜଗଦେବ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ! ଖୋର୍ଦ୍ଧା ଜିଲ୍ଲାର ପ୍ରାୟତଃ ପଞ୍ଚାୟତର ବହୁ ଛାମୁଆ ରାଜନୈତିକ ବ୍ୟକ୍ତି ଏବଂ ଜନସାଧାରଣ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ! ଏଥିରେ ଖୋର୍ଦ୍ଧା ଜିଲ୍ଲାର କିଭଳି ନୂତନୀକରଣ କରାଯିବ ସ୍ୱାସ୍ଥ୍ୟ , ଶିକ୍ଷା, କଳା, ସଂସୃତି ଏବଂ ଚାଷୀ ଭାଇମାନଙ୍କର ବିକାଶ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ! ଖୋର୍ଦ୍ଧା ଜିଲ୍ଲାର ଗରିବ ଖଟିଖିଆ ଲୋକମାନଙ୍କର କର୍ମଭୂଇଁ, କ୍ରସର ଓ ପାହାଡ କିପରି ପୂର୍ବ ପରି ଚଳଚଞ୍ଚଳ ହୋଇ ଉଠିବ ତାପ୍ରତି ଗୁରୁତ୍ୱ ର ସହିତ ଧ୍ୟାନ ଦେବେ ବୋଲି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ , ସେଠାରେ ଥିବା ମା କନକଦୁର୍ଗା ଙ୍କୁ ସାକ୍ଷୀ ରଖି କହିଛନ୍ତି |
ଖୋର୍ଦ୍ଧା ରେ ପ୍ରଶାନ୍ତ ଜଗଦେବ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ !!!

