ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅଞ୍ଚଳର ହରିପୁର ଗ୍ରାମରେ ଗୃହପାଳିତ ପ୍ରାଣୀ ସହ ଅପକର୍ମ କରିଥିବା ଅଭିଯୋଗରେ 70 ବର୍ଷୀୟ ରାଧେଶ୍ୟାମ ପରିଡ଼ା କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି । ସୁକିନ୍ଦା ଥାନା ହରିପୁର ଗ୍ରାମର ରାଧେଶ୍ୟାମ ପରିଡ଼ା ରାମଚନ୍ଦ୍ର ମହାରଣାଙ୍କ ଗୁହାଳରେ ପଶି ଗୃହପାଳିତ ପ୍ରାଣୀ ସହ ଅପକର୍ମ କରୁଥିବା ନେଇ ରାମଚନ୍ଦ୍ର ଶୁକ୍ରବାର ଦିନ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ରାଧେଶ୍ୟାମକୁ ଗିରଫ କରିଥିଲା । ଏନେଇ ସୁକିନ୍ଦା ଥାନାରେ ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳ ଓ ହରିପୁର ଗ୍ରାମର ରାମଚନ୍ଦ୍ର ମହାରଣାଙ୍କ ପକ୍ଷରୁ ଦୁଇଟି ପୃଥକ ଲିଖିତ ଅଭିଯୋଗ ଦାୟର ହୋଇଛି । ଏହି ଘଟଣାରେ ପୋଲିସ ୧୬୩ / ୨୦୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାଧେଶ୍ୟାମକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ଗୃହପାଳିତ ପ୍ରାଣୀ ସହ ଅପକର୍ମ କରିଥିବା ଅଭିଯୁକ୍ତ କୋର୍ଟ ଚାଲାଣ !!!

