ପୁରୀ ଟାଉନ ଥାନାରେ ଭାରପ୍ରାପ୍ତ ଅଧିକାରୀ ଭାବେ ଯୋଗଦେଲେ ବାଣପୁର ମାଟିର ପୁଅ ସୁନୀଲ କୁମାର ପ୍ରଧାନ : ବାଣପୁର ବାସୀଙ୍କ ଶୁଭେଛା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୁରୀ ଟାଉନ ଥାନାରେ ଭାରପ୍ରାପ୍ତ ଅଧିକାରୀ ଭାବେ ଯୋଗଦେଲେ ବାଣପୁର ମାଟିର ଗୌରବ , ଯୁବ ପୋଲିସ ଅଧିକାରୀ ସୁନୀଲ କୁମାର ପ୍ରଧାନ । ଏହି ଅବସରରେ ବାଣପୁର ମାଟିର ସନ୍ତାନ ହିସାବରେ ସୁନିଲ ଙ୍କୁ ବାଣପୁର ବାସୀଙ୍କ ପକ୍ଷରୁ ଶୁଭେଛା ମିଳିଛି । ଶ୍ରୀ ପ୍ରଧାନ ଦୀର୍ଘ ଏଗାର ମାସ ଗୋପ ଥାନା ରେ ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ନିକଟରେ ପୁରୀ ଏସପି ତାଙ୍କୁ ପୁରୀ ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ ବଦଳି କରିଛନ୍ତି । ମଙ୍ଗଳବାର ଦିନ ଶ୍ରୀ ପ୍ରଧାନ ପୁରୀ ଟାଉନ ଥାନାର ନୃତନ ଥାନା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଥାନାର ସମସ୍ତ କର୍ମଚାରୀ ସ୍ୱାଗତ ଜଣାଇଥିଲେ । ସୁନିଲ କୁମାର ପ୍ରଧାନ ବାଣପୁର ମାଟି ପାଇଁ ଗର୍ବ ଗୌରବ ବୋଲି କହିବା ସହିତ ବାଣପୁର ବାସୀଙ୍କ ପକ୍ଷରୁ ତାଙ୍କୁ ଶୁଭେଛା ର ବାର୍ତ୍ତା ମିଳିଛି।।

Leave a Reply

Your email address will not be published. Required fields are marked *