ହେଲ୍ପ ଡେସ୍କ ନାମରେ ବାଙ୍କୀ କଲେଜ ପରିସରରେ ଦଳୀୟ ବ୍ୟାନର କୁ ନେଇ ଅସନ୍ତୋଷ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଙ୍କ ଯୋଗୁଁ ପରିସରରେ ଅଶାନ୍ତି ହେବାକୁ ଲାଗିଛି ! ଆସନ୍ତା କାଲି ଠାରୁ ସବୁ ଦଳର ପିଲାମାନେ ବାଙ୍କୀ ମହାବିଦ୍ୟାଳୟ ର ପରିସରରେ ରେ ନିଜ ଦଳର ପ୍ରଚାର କରିବେ ! ତେବେ ଖୋଦ ଅଧ୍ୟକ୍ଷ ଗୋଟିଏ ଦଳକୁ ସ୍ୱୀକୃତି ଦେବା ପରେ ଦେଖାଦେଇଛି ଏପରି ପରିସ୍ଥିତି ! ଯଦି କାଲି ଠାରୁ ବାଙ୍କୀ ମହାବିଦ୍ୟାଳୟ ରେ ହେଲ୍ପ ଡେସ୍କ ନାମରେ ଦଳୀୟ ପ୍ରଚାର ହୁଏ , କଂଗ୍ରେସ, ବିଜେପି ଦଳ ପକ୍ଷରୁ ମଧ୍ୟ ନିଜ ନିଜର ଦଳୀୟ ପତାକା ଓ ବ୍ୟାନର ମାରି ଏପରି କାର୍ଯ୍ୟ କରିବେ ବୋଲି ସଜ ହେଲେଣି । ତେବେ ଶାସକ ଦଳର ଏଭଳି କାର୍ଯ୍ୟ ପନ୍ଥାକୁ ଶିକ୍ଷାବିତ ମହଲରେ ନିନ୍ଦା କରାଯାଉଛି । କଲେଜ କ୍ୟାମ୍ପସ ଅଶାନ୍ତି ରୋକିବା ପାଇଁ କଲେଜ ନିର୍ବାଚନ କୁ ବନ୍ଦ କରାଯାଇଥିବା ବେଳେ ଏପରି ହେଲ୍ପ ଡେସ୍କ ନାଁ ରେ ଦଳୀୟ ବ୍ୟାନର ମାରି କଣ ପ୍ରମାଣିତ କରିବା ପାଇଁ ଚାହୁଁଚି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *