ବାଣପୁର ଗମ୍ଭାରୀମୁଣ୍ଡା ସ୍ମାର୍ଟ ସ୍କୁଲର ବିକଳ ଚିତ୍ର : ଛାତ୍ର ଛାତ୍ରୀ ହନ୍ତସନ୍ତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାରା ରାଜ୍ୟରେ ଏବେ ସ୍ମାର୍ଟ୍ ସ୍କୁଲ୍ ର ବାସ୍ତବ ଚିତ୍ର ନଜରକୁ ଆସିଥିବା ବେଳେ , ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ଗମ୍ଭାରିମୁଣ୍ଡା ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସାମ୍ନାକୁ ଆସିଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଦୁଇ ବର୍ଷ ହେବେ ଫାଇଭ୍ ଟି ଯୋଜନାରେ ସ୍କୁଲ ରୁପାନ୍ତର ହୋଇଛି । କିନ୍ତୁ ଅସରାଏ ବର୍ଷାରେ ବିଦ୍ୟାଳୟ କୁ ପ୍ରବେଶ ଦ୍ଵାରର ମୂଖ୍ୟ ରାସ୍ତାରେ ଜମି ରହୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଯାହା ଫଳରେ ପ୍ରତ୍ୟେକ ଦିନ ଏହି ମୁଖ୍ୟ ରାସ୍ତା ଦେଇ ବିଦ୍ୟାଳୟକୁ ଗମ୍ଭାରୀମୁଣ୍ଡା ଓ ତାର ଆଖ ପାଖ ଅଞ୍ଚଳ ରୁ ଆସୁଥିବା ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ପରିସ୍ଥିତି ରେ ପଡୁଛନ୍ତି ! ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯିବା ଆସିବା କରିବା ସମୟରେ ପାଣି କାଦୁଅ ରେ ବଡ ହୀନସ୍ତା ହେଉଛନ୍ତି ! ପାଣି ଦେଇ ଯିବା ଆସିବା କରିବାରୁ ଛାତ୍ର ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଉଥିବାର କହିବା ସହ ଓ ସେହି ରାସ୍ତାରେ ପାଣି ଜମି ରହିବା ଫଳରେ ସାପ ଯିବା ଆସିବା କରୁଥିବାରୁ ଛାତ୍ର ଛାତ୍ରୀ ମାନେ ଭୟଭୀତ ଅବସ୍ଥାରେ ବିଦ୍ୟାଳୟ କୁ ଆସୁଥିବାର ଗଣମାଧ୍ୟମ ଆଗରେ କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ , ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଫାଇଭ୍ ଟି ସ୍କୁଲରେ ରୁପାନ୍ତର କରିଲେ ! ହେଲେ ସାମାନ୍ୟ ଏହି ଛୋଟ କାମ ଟିଏ ପାଇଁ ସରକାରଙ୍କ ଏ ଅବହେଳା କଣ ପାଇଁ ? ଏବେ ଦେଖିବାକୁ ବାକି ରହିଲା ଗଣମାଧ୍ୟମରେ ଖବର ପ୍ରସାରଣ ପରେ କେବେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଦ୍ୟାଳୟ ମୁଖ୍ୟ ରାସ୍ତାରୁ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା କରୁଛନ୍ତି ।

Leave a Reply

Your email address will not be published. Required fields are marked *